ଓଡିଶା

odisha

ETV Bharat / state

ଯାଜପୁର: ବ୍ୟାଗ ଭିତରୁ ନବଜାତ ଶିଶୁକନ୍ୟା ଉଦ୍ଧାର - ବ୍ୟାଗ ଭିତରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା । ୧୬ନଂ ଜାତୀୟ ରାଜପଥରେ ଏକ ବ୍ୟାଗ ଭିତରୁ ନବଜାତ ଶିଶୁକନ୍ୟା ଉଦ୍ଧାର । ଅଧିକ ପଢନ୍ତୁ

ବ୍ୟାଗ ଭିତରୁ ନବଜାତ ଶିଶୁକନ୍ୟା ଉଦ୍ଧାର
ବ୍ୟାଗ ଭିତରୁ ନବଜାତ ଶିଶୁକନ୍ୟା ଉଦ୍ଧାର

By

Published : Aug 11, 2022, 8:01 PM IST

ଯାଜପୁର:ପୁଣି ଅଲୋଡା ହେଲା ଶିଶୁ କନ୍ୟା । ଏକ ବ୍ୟାଗ ଭିତରୁ ଜୀବିତ ଅବସ୍ଥାରେ ନବଜାତ ଶିଶୁ କନ୍ୟା ଉଦ୍ଧାର । ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର କଡେଇ ଛକ ବାଇପାସ ରାସ୍ତା କଡ଼ରୁ ଶିଶୁ କନ୍ୟାଟିକୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ଶିଶୁ କନ୍ୟାଟିକୁ ବଡ଼ଚଣା ଡାକ୍ତରଖାନାକୁ ନେଇ ଚିକିତ୍ସିତ କରାଇଛନ୍ତି ଗୋବିନ୍ଦ ଚନ୍ଦ୍ର ବରାଳ ।

ବ୍ୟାଗ ଭିତରୁ ନବଜାତ ଶିଶୁକନ୍ୟା ଉଦ୍ଧାରବ୍ୟାଗ ଭିତରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ସୂଚନା ମୁତାବକ, ବଡ଼ଚଣା ବ୍ଲକ ଖଇରା ଗ୍ରାମର ଗୋବିନ୍ଦ ଚନ୍ଦ୍ର ବରାଳ ୧୬ନଂ ଜାତୀୟ ରାଜପଥ ଦେଇ ଛତିଆ ଅଭିମୁଖେ ଯାଉଥିବା ବେଳେ କଡେଇ ଛକ ବାଇପାସ ରାସ୍ତା କଡ଼ରେ ଛୁଆର କାନ୍ଦ ଶୁଣି ଅଟକିଥିଲେ । ତେବେ ସେଠାରେ ରହିଥିବା ଏକ ବ୍ୟାଗ ଭିତରୁ ଛୁଆର କାନ୍ଦ ଶବ୍ଦ ଶୁଣିବା ପରେ ବ୍ୟାଗ ଖୋଲିଥିଲେ । ବ୍ୟାଗରେ ଏକ ନବଜାତ ଶିଶୁ କନ୍ୟା ରହିଥିବା ଦେଖି ତତକ୍ଷଣାତ ବଡ଼ଚଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଶିଶୁଟିକୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି । ସେପଟେ ଏହି ଶିଶୁ କନ୍ୟାକୁ କିଏ ଓ କେଉଁ ପରିସ୍ଥିତିରେ ଛାଡି ପଳାଇଲେ ତାହା ସ୍ପଷ୍ଟ ହୋଇନଥିବା ବେଳେ ବଡ଼ଚଣା ପୋଲିସ ଘଟଣାର ତଦନ୍ତି ଜାରି ରଖିଛି । ପ୍ରକାଶଯୋଗ୍ୟ ଯେ, ଗତ ମାର୍ଚ୍ଚ ୨୫ ତାରିଖରେ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details