ଯାଜପୁର: ପରିତ୍ୟକ୍ତ ଅବସ୍ଥାରେ ନବଜାତ ଶିଶୁ ପୁତ୍ର ଉଦ୍ଧାର । ଯାଜପୁର ଟାଉନ ଥାନା ଆଙ୍କୁଲା ନୂଆ ନଦୀବନ୍ଧ ନିକଟରୁ ଶିଶୁ ପୁତ୍ରଟି ଉଦ୍ଧାର ହୋଇଛି ।
ପୁଣି ଅଲୋଡା ହେଲା ଶିଶୁ, ଆଙ୍କୁଲା ନୂଆ ନଦୀବନ୍ଧ ନିକଟରୁ ଶିଶୁ ପୁତ୍ର ଉଦ୍ଧାର - Newborn baby boy rescue in jajpur
ଯାଜପୁର ଟାଉନ ଥାନା ଆଙ୍କୁଲା ନୂଆ ନଦୀବନ୍ଧ ନିକଟରୁ ଶିଶୁ ପୁତ୍ରଟି ଉଦ୍ଧାର ହୋଇଛି । ତେବେ ଶିଶୁ ପୁତ୍ରଟିକୁ କିଏ କାହିଁକି ଏଠାରେ ପକେଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଅଧିକ ପଢନ୍ତୁ...
![ପୁଣି ଅଲୋଡା ହେଲା ଶିଶୁ, ଆଙ୍କୁଲା ନୂଆ ନଦୀବନ୍ଧ ନିକଟରୁ ଶିଶୁ ପୁତ୍ର ଉଦ୍ଧାର Newborn baby boy rescue in jajpur](https://etvbharatimages.akamaized.net/etvbharat/prod-images/768-512-9030732-thumbnail-3x2-jajpur.jpg)
ନଦୀବନ୍ଧ କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
ନଦୀବନ୍ଧ କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
ସୂଚନା ଅନୁଯାୟୀ, ଆଜି(ଶନିବାର) ସକାଳୁ ଆଙ୍କୁଲାର କିଛି ଲୋକ ଶୌଚ ହେବାକୁ ଯାଇଥିବା ସମୟରେ ନଦୀ ବନ୍ଧ କଡରେ ଏକ ବ୍ୟାଗରେ ଶିଶୁଟି ଥିବା ଦେଖିବାକୁ ପାଇଥିଲେ ଏବଂ ତୁରନ୍ତ ଶିଶୁପୁତ୍ରଟିକୁ ଉଦ୍ଧାର କରିଥିଲେ । ତେବେ ଶିଶୁ ପୁତ୍ର ଟିକୁ କିଏ କାହିଁକି ଏଠାରେ ପକେଇ ଦେଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ