ଯାଜପୁର: କ୍ଷତାକ୍ତ ଅବସ୍ଥାରେ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର । ଯାଜପୁର ଜିଲ୍ଲା ଦାନଗଦୀ ବଜାର ପଛପଟୁ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ମୁକୁନ୍ଦ ମହାକୁଡଙ୍କ ବାଡିରେ ଥିବା ଏକ ଓଉଗଛ ମୂଳରୁ ଶିଶୁଟିକୁ ଉଦ୍ଧାର କରାଯାଇଥିବା ଜଣାପଡିଛି ।
ଏନେଇ ଜିଲ୍ଲାଶିଶୁ ସୁରକ୍ଷା ୟୁନିଟ ଦ୍ବାରା ଉଦ୍ଧାର ଶିଶୁକୁ ନେଇ ଚିକିତ୍ସା ପାଇଁ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଉଦ୍ଧାର ଶିଶୁର ନାଭିରେ କ୍ଷତଥିବା ବେଳେ ଚିକିତ୍ସା ପରେ ଶିଶୁଟିର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଥିବା ଜଣାପଡିଛି । ଶିଶୁର ବୈଧତା ନେଇ ଶିଶୁସୁରକ୍ଷା ବିଭାଗ ପକ୍ଷରୁ ଏହାର ତଦନ୍ତ ଜାରି ରହିଛି ।