ଯାଜପୁର: ରାଜ୍ୟରେ ଜୋରସୋରରେ ଆରମ୍ଭ ହୋଇଛି ମୋଟରଯାନ ଆଇନର କଡାକଡି ପାଳନ । ଏନେଇ ବିଭିନ୍ନ ସ୍ଥାନରେ ଟାଇଟ ହୋଇଛି ଟ୍ରାଫିକ ନିୟମ ପାଳନ । ଫଳରେ ଗାଡି ଚାଳକଙ୍କ ଭିତରେ ପଶିଛି ଛନକା । ରାସ୍ତା ଘାଟରେ ଜୋରସୋର ହୋଇଛି ଚେକିଂ । କେଉଁଠି ପୋଲିସ ଯାଞ୍ଚ ଜାରି ରଖିଛି ତ କେଉଁଠି ପୁଣି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଦ୍ବାରା ଚାଲିଛି ଧରପଗଡ ।
ଦ୍ବିତୀୟ ଦିନରେ ଟାଇଟ ଟ୍ରାଫିକ ନିୟମ, ଯାଜପୁରରେ ଚେକିଂ ଜୋରଦାର - ୟାଜପୁରରେ ଟ୍ରାଫିକ ନିୟମ କଡାକଡି
ଦ୍ବିତୀୟ ଦିନରେ କଡାକଡି ହେଲା ନୂଆ ମୋଟର ଯାନ ଆଇନ । ଯାଜପୁରରେ ଜୋରସୋର ହେଲା ଧରପଗଡ । ଅଧିକ ପଢନ୍ତୁ ...

ଦ୍ବିତୀୟ ଦିନରେ କଡାକଡି ଟ୍ରାଫିକ ନିୟମ, ଯାଜପୁରରେ ଚେକିଂ ଜୋରଦାର
ଦ୍ବିତୀୟ ଦିନରେ କଡାକଡି ଟ୍ରାଫିକ ନିୟମ, ଯାଜପୁରରେ ଚେକିଂ ଜୋରଦାର
ଡ୍ରାଇଭିଂ ଲାଇସେନ୍ସ, ଇନସ୍ୟୁରାନ୍ସ, ହେଲମେଟ ସହ ପ୍ରଦୂଷଣମୁକ୍ତ କାଗଜପତ୍ର ସବୁ ଯାଞ୍ଚ କରୁଛନ୍ତି ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀ । ଏଥିସହ ମଦ୍ୟପଙ୍କ ଗାଡି ଚାଳନା ଉପରେ ମଧ୍ୟ ରଖା ଯାଇଛି କଡା ନଜର । ସେହିଭଳି 4 ଚକିଆଠାରୁ ଆରମ୍ଭ କରି ବସ୍ ଓ ଟ୍ରକର ମଧ୍ୟ ଯାଞ୍ଚ ଚାଲିଛି । ନିୟମକୁ କଡାକଡି ପାଳନ କରିବା ପାଇଁ ପୋଲିସ ପକ୍ଷରୁ ତପ୍ତରତା ପ୍ରକାଶ ପାଇଥିବା କହିଛନ୍ତି ଯାଜପୁର ଏସପି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ