ଯାଜପୁର:ଅଜଣା ଶିଶୁ କନ୍ୟା ମୃତଦେହ ଉଦ୍ଧାର । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଟାଉନ ଥାନା ଅଧିନ ଦେବୀଦ୍ବାର ହରିପୁର ଗାଁରେ । ସୂଚନାନୁସାରେ ହରିପୁର ଗାଁ ନିକଟରେ ଥିବା ଏକ ବୁଦା ମୂଳରେ ନବଜାତ ଶିଶୁ ପଡିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ବାସିନ୍ଦା । ପରେ ଏହି ଘଟଣାରେ ଯାଜପୁର ଟାଉନ ଥାନା ପୋଲିସକୁ ଗ୍ରାମବାସୀ ସୂଚନା ଦେଇଥିଲେ ।
ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର, ଯାଜପୁର ଟାଉନ ପୋଲିସର ତଦନ୍ତ ଜାରି - ଶିଶୁ କନ୍ୟା ମୃତଦେହ ଉଦ୍ଧାର
ବୁଦାମୂଳରୁ ନବଜାତ ଶିଶୁ କନ୍ୟା ମୃତଦେହ ଉଦ୍ଧାର । ଘଟଣାସ୍ଥଳରେ ଯାଜପୁର ଟାଉନ ଥାନା ପୋଲିସ ପହଞ୍ଚି ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରିଛି । ଅଧିକ ପଢନ୍ତୁ...
ନବଜାତ ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର, ଯାଜପୁର ଟାଉନ ପୋଲିସର ତଦନ୍ତ ଜାରି
ସେପଟେ ଖବର ପାଇ ଘଟଣାସ୍ଥଳରେ ଯାଜପୁର ଟାଉନ ଥାନା ପୋଲିସ ପହଞ୍ଚି ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରିଛି । ଆଉ ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ