ଓଡିଶା

odisha

ETV Bharat / state

ପୁଣି ଅଲୋଡ଼ା ଶିଶୁକନ୍ୟା, ଉଦ୍ଧାର ପରେ ଡାକ୍ତରଖାନାରେ ଚାଲିଗଲା ଜୀବନ - ଯାଜପୁରରୁ ନବଜାତ ଶିଶୁକନ୍ୟା ଉଦ୍ଧାର ଖବର

ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା । ପାହାଡ଼ ନିକଟରୁ ନବଜାତ ଶିଶୁକନ୍ୟା ଉଦ୍ଧାର । ଅଧିକ ପଢନ୍ତୁ

ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା, ଉଦ୍ଧାର ପରେ ଡାକ୍ତରଖାନରେ ଚାଲିଗଲା ଜୀବନ
ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା, ଉଦ୍ଧାର ପରେ ଡାକ୍ତରଖାନରେ ଚାଲିଗଲା ଜୀବନ

By

Published : Mar 25, 2022, 4:09 PM IST

Updated : Mar 25, 2022, 5:05 PM IST

ଯାଜପୁର: ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା । ପାହାଡ଼ ନିକଟରୁ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ମାଣ୍ଡୁକା ଅଞ୍ଚଳରେ । ଆଜି(ଶୁକ୍ରବାର) ସକାଳେ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ନିଛାଟିଆ ପାହାଡ଼ ନିକଟରେ ନବଜାତ ଶିଶୁକନ୍ୟା ପଡିଥବା ସ୍ଥାନୀୟ ଅଞ୍ଚଳ ଲୋକେ ଦେଖିବାକୁ ପାଇଥିଲେ । ସ୍ଥାନୀୟ ଲୋକେ ଶିଶୁକନ୍ୟାଟିକୁ ଜୀବିତ ଅବସ୍ଥାରେ ଉଦ୍ଧାର କରି ଆଶାକର୍ମୀଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ ।

ପୁଣି ଅଲୋଡ଼ା ଶିଶୁକନ୍ୟା, ଉଦ୍ଧାର ପରେ ଡାକ୍ତରଖାନାରେ ଚାଲିଗଲା ଜୀବନ

ମାତ୍ର ଶିଶୁକନ୍ୟାର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଡାକ୍ତର ବଞ୍ଚାଇ ପାରିନାହାନ୍ତି । ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁକନ୍ୟାକୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ତେବେ ଶିଶୁକନ୍ୟାଟିକୁ କିଏ ଓ କାହିଁକି ଏଭଳି ଅବସ୍ଥାରେ ଛାଡି ଚାଲିଯାଇଛି ସେନେଇ ଘଟଣାର ଅଧିକ ତଦନ୍ତ ଚଳାଇଛି ବାଲିଚନ୍ଦ୍ରପୁର ପୋଲିସ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Mar 25, 2022, 5:05 PM IST

ABOUT THE AUTHOR

...view details