ଯାଜପୁର: ଚୋରଦା ଜେନାସାହିରୁ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଦ୍ବାରା ଯାଜପୁର ବ୍ୟାସନଗର ପୌରାଞ୍ଚଳ ଅନ୍ତର୍ଗତ ଚୋରଦା ଜେନାସାହିରୁ ଜଣେ ମହିଳାଙ୍କ ନିକଟରୁ ଏକ ସାଢେ 4ମାସର ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି ।
ସୂଚନା ମୁତାବକ, ଶିଶୁ ସୁରକ୍ଷା ଅଧିକାରୀ ସ୍ଥାନୀୟ ଅଞ୍ଚଳର ଜଣେ ଆଶାକର୍ମୀଙ୍କ ଠାରୁ ଶିଶୁ ସମ୍ପର୍କରେ ଖବର ପାଇଥିଲେ । ଏହାପରେ ଉଦ୍ଧାର ଶିଶୁଟିକୁ ସୋମବାର ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରାଯାଇଛି ।