ଯାଜପୁର: ଜିଲ୍ଲା ଧର୍ମଶାଳା ଥାନା କୋତପୁର ପଞ୍ଚାୟତର ସାନରାଇପଡା ଗ୍ରାମରେ ଅଭାବନୀୟ ଘଟଣା। ଜନ୍ମିତ ଶିଶୁ କନ୍ୟାକୁ ୭ହଜାର ଟଙ୍କାରେ ବିକିଲା ବାପା।
ସୂଚନାଅନୁଯାୟୀ ସାନରଇପଡା ଗ୍ରାମର ରାମଚନ୍ଦ୍ର ବେହେରାଙ୍କ ଝିଅ କାଞ୍ଚନ ଗତ ୨୭ ତାରିଖ ସକାଳ ୬ଟା ୪୫ରେ ଧର୍ମଶାଳା ଡାକ୍ତରଖାନାରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲା। ୨୮ ତାରିଖ ଦିନ ସେମାନେ ଧର୍ମଶାଳା ମେଡିକାଲ ପରିସରରେ ଜନ୍ମିତ ଶିଶୁକନ୍ୟାରୁ ମହାକାଳପଡା ଅଞ୍ଚଳର ଜଣେ ଲୋକକୁ ୭ ହଜାର ଟଙ୍କାରେ ବିକି ଦେଇଥିଲେ। ତେବେ ଏ ସମ୍ପର୍କରେ ମେଡିକାଲ କତୃପକ୍ଷ କିଛି ଜାଣିପାରିନଥିଲେ। କାଞ୍ଚନଙ୍କ ସ୍ବାମୀ ନଟ ସେହି ସାନରାଇପଡା ଗ୍ରୀମର କାଳନ୍ଦୀ ଦାସ ଓ ତାଙ୍କ ପୁଅ ଦୀପକ ଦାସଙ୍କ ମାଧ୍ୟମରେ ପିଲାଟିକୁ ମହାକାଳପଡା ଅଞ୍ଚଳର ଜଣେ ବ୍ୟକ୍ତିକୁ ୭ହଜାର ଟଙ୍କାରେ ବିକ୍ରି କରିଦେଇଥିବା ଜଣାପଡିଛି ।