ଯାଜପୁର: ଜିଲ୍ଲାରେ ସୋମବାର ପୁଣି 11 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ପଜିଟିଭଙ୍କ ମଧ୍ୟରୁ 5 ଜଣ ଦଶରଥପୁର ବ୍ଲକ ଅଞ୍ଚଳର ହୋଇଥିବା ବେଳେ ଧର୍ମଶାଳା ବ୍ଲକରୁ 3 ଜଣ ଏବଂ କୋରେଇ ବ୍ଲକରୁ 3 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 280ରେ ପହଞ୍ଚିସାରିଛି ।
ଆକ୍ରାନ୍ତ 11 ଜଣଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରି ଯାଞ୍ଚ କରାଯାଉଛି । ତେବେ ଏମାନେ ସମସ୍ତେ କ୍ବାରେନଣ୍ଟାଇନରେ ଥିବା ଜଣାପଡିଛି । ଏମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କୁ ମଧ୍ୟ ଚିହ୍ନଟ କରାଯାଇ କ୍ବାରେନଣ୍ଟାଇନ୍ ସେଣ୍ଟରକୁ ନିଆଯାଉଛି ।
ସୂଚନାନୁସାରେ, ରବିବାର ଯାଜପୁର ଜିଲ୍ଲାରେ 10 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା 5 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିଲେ । ଜିଲ୍ଲାରେ ଏଯାବତ୍ 179 ଜଣ ଆକ୍ରାନ୍ତ ବର୍ତ୍ତମାନ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆହୁରି 101ଟି ମାମଲା ଏବେ ବି ସକ୍ରିୟ ଥିବା ଜଣାପଡିଛି ।