ଯାଜପୁର: ଆର୍ଥିକ ସଙ୍କଟରେ ଜୁଝୁଥିବା କଳିଙ୍ଗନଗର ଶିଳ୍ପାଞ୍ଚଳର ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ କାରଖାନାରେ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି ଘୋଷଣା କରାଯାଇଥିଲା । ପୁଞ୍ଜି ପ୍ରତ୍ୟାହାର ପରେ ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟ ଲିମିଟେଡ ହାତକୁ ବିଧିବଦ୍ଧ ଭାବେ ଯାଇଛି ନୀଳାଚଳ ଇସ୍ପାତ କାରଖାନା ।ନୀଳାଚଳ ଇସ୍ପାତ ନିଗମରେ କେନ୍ଦ୍ର ସରକାରଙ୍କର mmtc, nmdc, bhel, mecon ସହ ଓଡ଼ିଶା ସରକାରଙ୍କର ଓଡ଼ିଶା ଖଣି ନିଗମ ଓ ଇପିକଲର ମିଳିତ ଅଂଶଧନ ରହିଥିଲା ।
ତେବେ ପୁଞ୍ଜି ପ୍ରତ୍ୟାହାର ବାବଦକୁ 12 ହଜାର 100 କୋଟି ଟଙ୍କା ପ୍ରଦାନ କରିଛି ଟାଟା । ଯାହାକି ନୀଳାଚଳ ଇସ୍ପାତ ନିଗମର କର୍ମଚାରୀଙ୍କ ବକେୟା ପାଉଣା, ଆନୁଷଙ୍ଗିକ ଖର୍ଚ୍ଚକୁ ଭରଣା କରିବାକୁ ସକ୍ଷମ ହୋଇଛି। 31 ଜାନୁଆରୀରେ cpl ସର୍ବୋଚ୍ଚ ବିଡିଂ ଅନୁମୋଦନ ପରେ ଫେବୃଆରୀ ମାସରେ ଲେଟର ଅଫ ଆୱାର୍ଡ଼ ପ୍ରଦାନ କରାଯାଇଥିଲା । ଟାଟା ହାତକୁ ଯିବା ପରେ ସ୍ଥାନୀୟ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ।