ଓଡିଶା

odisha

ETV Bharat / state

ଆସୁଛି ନନ୍ଦ ସାରଙ୍କ ବାୟୋପିକ, ରିଲିଜ ହେଲା ପ୍ରଥମ ପୋଷ୍ଟର - nanda sir biopic first poster

ଚାଟଶାଳୀ ମାଷ୍ଟ୍ରେ ପଦ୍ମଶ୍ରୀ ନନ୍ଦ ସାରଙ୍କ ନିର୍ମାଣ ହେବ ବାୟୋପିକ୍ । ଯାଜପୁର ସୁକିନ୍ଦା କନ୍ତିରା ଗ୍ରାମର ଚାଟଶାଳୀର ଶତାୟୁ ଶିକ୍ଷକ ନନ୍ଦ ସାରଙ୍କ ଜୀବନୀକୁ ନେଇ ନିର୍ମିତ ବାୟୋପିକର ପ୍ରଥମ ପୋଷ୍ଟର ରିଲିଜ ହୋଇଛି। ଅଧିକ ପଢନ୍ତୁ...

ଆସୁଛି ନନ୍ଦ ସାରଙ୍କ ବାୟୋପିକ: ପ୍ରଥମ ପୋଷ୍ଟର ରିଲିଜ
ଆସୁଛି ନନ୍ଦ ସାରଙ୍କ ବାୟୋପିକ: ପ୍ରଥମ ପୋଷ୍ଟର ରିଲିଜ

By

Published : Oct 31, 2021, 10:09 PM IST

Updated : Nov 1, 2021, 12:20 PM IST

ଯାଜପୁର: ଚାଟଶାଳୀ ମାଷ୍ଟ୍ରେ ପଦ୍ମଶ୍ରୀ ନନ୍ଦ ସାରଙ୍କ ନିର୍ମାଣ ହେବ ବାୟୋପିକ। ଯାଜପୁର ସୁକିନ୍ଦା କନ୍ତିରା ଗ୍ରାମର ଚାଟଶାଳୀର ଶତାୟୁ ଶିକ୍ଷକ ନନ୍ଦ ସାରଙ୍କ ଜୀବନୀକୁ ନେଇ ନିର୍ମିତ ବାୟୋପିକର ପ୍ରଥମ ପୋଷ୍ଟର ରିଲିଜ ହୋଇଛି। ବ୍ୟାସନଗର ଅଭିସ୍ମିତା ଫିଲ୍ମ ବ୍ୟାନରରେ ଏହା ପ୍ରଥମ ଚଳଚିତ୍ର । ଯାହାର ପ୍ରଥମ ପୋଷ୍ଟର ରିଲିଜ ହୋଇଛି। ଚଳଚିତ୍ରଟି ସମ୍ପୂର୍ଣ୍ଣ OTT ଫର୍ମାଟରେ ନିର୍ମାଣ ହୋଇଛି।

ଆସୁଛି ନନ୍ଦ ସାରଙ୍କ ବାୟୋପିକ, ରିଲିଜ ହେଲା ପ୍ରଥମ ପୋଷ୍ଟର


ଫିଲ୍ମ ପରଦାକୁ ଆସିବ ନନ୍ଦ ମାଷ୍ଟ୍ରେଙ୍କ ଜୀବନ କାହାଣୀ। ଶତାୟୁ ନନ୍ଦ ସାରଙ୍କ ଶିକ୍ଷା ଜଗତ ପାଇଁ ଥିବା ଅବଦାନକୁ ଏହି ଚଳଚିତ୍ରରେ ସ୍ଥାନ ଦିଆଯିବ। ନନ୍ଦ ସାର କିଭଳି ନିରବଚ୍ଛିନ୍ନ ଭାବେ ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ନିଶୁଳ୍କ ଶିକ୍ଷାଦାନ କରିଆସୁଛନ୍ତି ସେହି ବିଷୟ ଚଳଚିତ୍ରରେ ସ୍ଥାନ ପାଇଛି।


ନନ୍ଦ ସାର ଚାଟଶାଳୀ ମାଧ୍ୟମରେ ଦୀର୍ଘ ୮୨ ବର୍ଷ ଧରି ମାଗଣାରେ ଶିକ୍ଷାଦାନ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ନନ୍ଦ ସାରଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ କେନ୍ଦ୍ରକୁ ମନୋନୀତ କରିଥିଲେ। ତେବେ ନନ୍ଦ ସାରଙ୍କ ଜୀବନୀକୁ ନେଇ ଅଭିସ୍ମିତା ଫିଲ୍ମ ପ୍ରାଯୋଜିତ, ଦେବପ୍ରଭା ପଡକ୍ସନ ଏବଂ ଷ୍ଟୁଡ଼ିଓୱାଲା ପ୍ରଡକ୍ସନ ନିବେଦିତ "ନନ୍ଦ ମାଷ୍ଟ୍ରଙ୍କ ଚାଟଶାଳୀ" ନାମରେ ଏହି ଫିଲ୍ମ ନିର୍ମାଣ କରାଯାଇଛି।

ଏହା ସମ୍ପୂର୍ଣ୍ଣ OTT ଫର୍ମାଟରେ କରାଯାଇଛି। ଏଭଳି ଏକ ଚଳଚିତ୍ର ନିର୍ମାଣ ଫଳରେ ନନ୍ଦ ସାରଙ୍କ ସମ୍ପର୍କରେ ଅଧିକ ପ୍ରଚାର ପ୍ରସାର ହୋଇପାରିବ ବୋଲି ନନ୍ଦ ସାରଙ୍କ ନାତି କହିଛନ୍ତି। ଚଳଚ୍ଚିତ୍ରର ସୁଟିଂ ଯାଜପୁର ଏବଂ ଓଡିଶାର ବିଭିନ୍ନ ସ୍ଥାନରେ ଚାଲିଛି ବୋଲି ସହ ପ୍ରଯୋଜକ ଅଭିନେତ୍ରୀ ନୈନା ଦାଶ କହିଛନ୍ତି। ଏହି ଚଳଚ୍ଚିତ୍ରର ସୁଟିଂ ଶେଷ ହେବା ପରେ ବିଭିନ୍ନ ଓଟିଟି ପ୍ଲାଟଫର୍ମରେ ସ୍ଥାନ ପାଇବା ସହିତ ବିଭିନ୍ନ ଚଳଚିତ୍ର ପ୍ରତିଯୋଗିତାରେ ମଧ୍ୟ ଅଂଶଗ୍ରହଣ କରାଯିବ ବୋଲି ପୋଷ୍ଟର ରିଲିଜ ଅବସରରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Nov 1, 2021, 12:20 PM IST

ABOUT THE AUTHOR

...view details