ଓଡିଶା

odisha

ETV Bharat / state

ପଦ୍ମଶ୍ରୀ ସମ୍ମାନ ପାଇଁ ଦିଲ୍ଲୀ ଅଭିମୁଖେ ନନ୍ଦ ସାର୍‌ - ଚାଟଶାଳୀ ଶିକ୍ଷକ ନନ୍ଦ କିଶୋର ପୃଷ୍ଟି

ଚାଟଶାଳୀ ଶିକ୍ଷକ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଗତ ରାତିରେ(ଶନିବାର) ଯାଜପୁର ରୋଡ ରେଳ ଷ୍ଟେସନରୁ ଟ୍ରେନ ଯୋଗେ ଦିଲ୍ଲୀ ଗସ୍ତ କରିଛନ୍ତି । ଆସନ୍ତା 09 ତାରିଖରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କ ଠାରୁ ସେ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିବେ । ଅଧିକ ପଢନ୍ତୁ...

ପଦ୍ମଶ୍ରୀ ସମ୍ମାନ ପାଇଁ ଦିଲ୍ଲୀ ଅଭିମୁକେ ବାହାରିଲେ ଚାଟଶାଳୀ ଶିକ୍ଷକ ନନ୍ଦ କିଶୋର ପୃଷ୍ଟି
ପଦ୍ମଶ୍ରୀ ସମ୍ମାନ ପାଇଁ ଦିଲ୍ଲୀ ଅଭିମୁକେ ବାହାରିଲେ ଚାଟଶାଳୀ ଶିକ୍ଷକ ନନ୍ଦ କିଶୋର ପୃଷ୍ଟି

By

Published : Nov 7, 2021, 1:54 PM IST

Updated : Nov 7, 2021, 2:25 PM IST

ଯାଜପୁର: ଚାଟଶାଳୀ ଶିକ୍ଷକ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଗତ ରାତିରେ(ଶନିବାର) ଯାଜପୁର ରୋଡ ରେଳ ଷ୍ଟେସନରୁ ଟ୍ରେନ ଯୋଗେ ଦିଲ୍ଲୀ ଗସ୍ତ କରିଛନ୍ତି । ଆସନ୍ତା 09 ତାରିଖରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କ ଠାରୁ ସେ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିବେ । ତେବେ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କନ୍ତିରା ଗ୍ରାମରେ ରହୁଥିବା 104 ବର୍ଷୀୟ ନନ୍ଦ ପୃଷ୍ଟି ସମଗ୍ର ଦେଶରେ ଚାଟଶାଳୀ ଶିକ୍ଷକ ଭାବେ ପରିଚିତ ଏବଂ ଦୀର୍ଘ 82 ବର୍ଷ ଧରି ସେ ମାଗଣାରେ ଶିକ୍ଷାଦାନ କରିଆସିଛନ୍ତି।

ପଦ୍ମଶ୍ରୀ ସମ୍ମାନ ପାଇଁ ଦିଲ୍ଲୀ ଅଭିମୁଖେ ନନ୍ଦ ସାର୍‌

ତାଙ୍କ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ରାଜ୍ୟ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ଦେବାପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ ଏବଂ କେନ୍ଦ୍ର ସରକାର ଏହାଉପରେ ବିଚାର କରି ନନ୍ଦ ସାରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯିବ ବୋଲି ଘୋଷଣା କରିଥିଲେ । ଏହାସହ ପଲ୍ଲୀରୁ ଦିଲ୍ଲୀରେ ପହଁଚିଥିବା ପଦ୍ମଶ୍ରୀ ନନ୍ଦ ପୃଷ୍ଟିଙ୍କ ଜୀବନିକୁ ନେଇ ଅଭିସ୍ମିତା ଫିଲ୍ମ ପକ୍ଷରୁ ଏକ ଫିଲ୍ମ ନିର୍ମାଣ କରାଯାଉଛି । ତେବେ ଆସନ୍ତା ବାର ତାରିଖରେ ନନ୍ଦ ପୃଷ୍ଟି ଓଡ଼ିଶା ଫେରିବେ ବୋଲି ଜଣାପଡିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Nov 7, 2021, 2:25 PM IST

ABOUT THE AUTHOR

...view details