ଯାଜପୁର: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଚାଷୀଙ୍କୁ ଦେଇଥିବା ପ୍ରତିଶୃତିକୁ ପୂରଣ କରିନାହାଁନ୍ତି । ପ୍ରତ୍ୟେକ ଚାଷୀଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଲେଖାଏଁ କାଳିଆ ଯୋଜନାରେ ପ୍ରଦାନ ପାଇଁ କରିଥିବା ଘୋଷଣା କରି ଏବେ ଚାଷୀଙ୍କୁ ଭଣ୍ଡେଇଥିବା ଅଭିଯୋଗ କରିଛି ନବ ନିର୍ମାଣ କୃଷକ ସଂଗଠନ ।
ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା
ନିର୍ବାଚନ ପରେ ରାଜ୍ୟ ସରକାର କାଳିଆ ଯୋଜନାକୁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଶାନ ନିଧି ଯୋଜନାରେ ମିଶ୍ରଣ କରିବା ପାଇଁ ଘୋଷଣା କରିଛନ୍ତି । ଏହାକୁ ପ୍ରତିବାଦ କରି ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦିଆଯାଇଛି ।
ନିର୍ବାଚନ ପରେ ରାଜ୍ୟ ସରକାର କାଳିଆ ଯୋଜନାକୁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଶାନ ନିଧି ଯୋଜନାରେ ମିଶ୍ରଣ କରିବା ପାଇଁ ଘୋଷଣା କରିଛନ୍ତି । ଏହାର ପ୍ରତିବାଦରେ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଅନଶନରେ ବସିଛନ୍ତି । ଏହାକୁ ସମର୍ଥନ ଜଣାଇ ଯାଜପୁର ଜିଲ୍ଲାପାଳ ଅଫିସ ସମ୍ମୁଖରେ ସଂଗଠନର ଶତାଧିକ କାର୍ଯ୍ୟକର୍ତ୍ତା ଧାରଣାରେ ବସିଥିଲେ । ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇ ତୁରନ୍ତ ଚାଷୀଙ୍କୁ ପ୍ରତିଶ୍ରୁତି ମୁତାବକ କାଳିଆ ଯୋଜନାର ଅର୍ଥରାଶି ପ୍ରଦାନ କରିବାକୁ ଦାବି କରିଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ