ଓଡିଶା

odisha

By

Published : May 20, 2020, 4:13 PM IST

ETV Bharat / state

ବାତ୍ୟା ଆଶ୍ରୟସ୍ଥଳୀରେ ତାଲା, ଅବ୍ୟବସ୍ଥାରେ କଣ୍ଟିଗଡ଼ିଆ ବାସିନ୍ଦା

ଅମ୍ଫାନ ସମୟରେ ବାତ୍ୟା ଆଶ୍ରୟସ୍ଥଳୀରେ ତାଲା, ଅବ୍ୟବସ୍ଥା ଓ ଭୋକ ଉପାସରେ ରହୁଛନ୍ତି କଣ୍ଟିଗଡ଼ିଆ ବାସିନ୍ଦା ।

closed cyclone centre
ଯାଜପୁର ବାତ୍ୟା ଅମ୍ଫାନ ପ୍ରଭାବ

ଯାଜପୁର: ଜିଲ୍ଲାରେ ଦେଖିବାକୁ ମିଳିଛି ସାମୁଦ୍ରିକ ଝଡ଼ ବାତ୍ୟା ଅମ୍ଫାନର ପ୍ରଭାବ । ଗତକାଲି ଠାରୁ ବର୍ଷା ଲାଗି ରହିବା ସହ ତୁହାକୁ ତୁହା ପବନ ବୋହୁଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଭାବିତ ହେବାକୁ ଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ ପ୍ରଶାସନ ପକ୍ଷରୁ ରହିଛି ସ୍ପଷ୍ଟ ନିର୍ଦ୍ଦେଶ । କଚ୍ଚା ଘର ଭିତରେ ନ ରହି ପକ୍କା ଘର ଭିତରକୁ ଚାଲି ଆସିବାକୁ ଡ଼ାକବାଜି ଯନ୍ତ୍ର ଦ୍ବାରା ମଧ୍ୟ ପ୍ରଚାର କରାଯାଇଛି। ହେଲେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କଣ୍ଟିଗଡ଼ିଆ ଠାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।

ଯାଜପୁର ବାତ୍ୟା ଅମ୍ଫାନ ପ୍ରଭାବ

ଏଠାରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀରେ ତାଲା ଝୁଲୁଛି। ଫଳରେ ଏହି ପଞ୍ଚାୟତର ଦଳିତ ସାହିରେ ବାସ କରୁଥିବା କିଛି ପରିବାର ଗତକାଲି ଠାରୁ ନିକଟସ୍ଥ ସ୍କୁଲ ଘରେ ଗୃହପାଳିତ ପଶୁଙ୍କ ସହ ପଡି ରହିଛନ୍ତି। ଏଯାବତ ସେମାନଙ୍କ ନିକଟରେ କେହି ଅଧିକାରୀ ପହଞ୍ଚି ନଥିବା ଅଭିଯୋଗ କରିଛନ୍ତି। ପଞ୍ଚାୟତ ଆଶ୍ରୟସ୍ଥଳୀ ଥାଇ ମଧ୍ୟ ବାତ୍ୟା ଭୟରେ ଅଖିଆ ଅପିଆ ପଡି ରହିବା ନେଇ ବ୍ଲକ ପ୍ରଶାସନର ବାତ୍ୟା ମୁକାବିଲାକୁ ନେଇ ଏଠାରେ ପ୍ରଶ୍ନ ଉଠିଛି। ଏନେଇ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details