ଓଡିଶା

odisha

ଶୁଣିଲାନି ଜିଲ୍ଲା ପ୍ରଶାସନ, ନବୀନ ନିବାସ ଅଭିମୁଖେ ଦୌଡିଲେ କ୍ରୀଡ଼ାବିତ

By ETV Bharat Odisha Team

Published : Dec 19, 2023, 9:03 PM IST

Development of Rajiv Gandhi Stadium in Jajpur: ରାଜୀବ ଗାନ୍ଧୀ ଷ୍ଟାଡିୟମର ବିକାଶ ଦାବିରେ ଷ୍ଟାଡିୟମରୁ ଭୁବନେଶ୍ୱର ଅଭିମୁଖେ ଦୌଡିଲେ କ୍ରୀଡ଼ାବିତ । ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ଦାବି । ଅଧିକ ପଢ଼ନ୍ତୁ

ନବୀନ ନିବାସ ଅଭିମୁଖେ ଦୌଡିଲେ କ୍ରୀଡ଼ାବିତ
ନବୀନ ନିବାସ ଅଭିମୁଖେ ଦୌଡିଲେ କ୍ରୀଡ଼ାବିତ

ନବୀନ ନିବାସ ଅଭିମୁଖେ ଦୌଡିଲେ କ୍ରୀଡ଼ାବିତ

ଯାଜପୁର: ରାଜୀବ ଗାନ୍ଧୀ ଷ୍ଟାଡିୟମର ବିକାଶ ଦାବିରେ ଯାଜପୁରରୁ ଭୁବନେଶ୍ୱର ଅଭିମୁଖେ ଦୌଡିଲେ କ୍ରୀଡ଼ାବିତ l ଜିଲ୍ଲାର ରାଜୀବ ଗାନ୍ଧୀ ଷ୍ଟାଡିୟମରୁ ଭୁବନେଶ୍ୱର ଅଭିମୁଖେ ଦୌଡୁଛନ୍ତି 20 ରୁ ଅଧିକ କ୍ରୀଡ଼ାବିତ । ଷ୍ଟାଡିୟମର ବିକାଶ ପାଇଁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ଜିଲ୍ଲା ପ୍ରସାଶନ କର୍ଣ୍ଣପାତ ନକରିବାରୁ ବାଧ୍ୟ ଦେଇ ନବୀନ ନୀବାସ ଅଭିମୁଖେ ଦୌଡ଼ିବା ସହ ମୁଖ୍ୟମନ୍ତ୍ରୀ ନିଶ୍ଚିତ ଭାବରେ ସେମାନଙ୍କ ଦାବି ଶୁଣିବେ ଏହି ଲକ୍ଷରେ ଦୌଡ଼ିଛନ୍ତି କ୍ରୀଡ଼ାବିତ ।

ଆଜକୁ ପାଖାପାଖି ଦୁଇ ମାସ ହେବ ଯାଜପୁର ବ୍ୟାସନଗର ସ୍ଥିତ ରାଜୀବ ଗାନ୍ଧୀ ଷ୍ଟାଡିୟମର ଉନ୍ନତିକରଣ ତଥା ବିକାଶ ଦାବିରେ ଆନ୍ତର୍ଜାତୀୟ କ୍ରୀଡ଼ାବିତ ବଜ୍ରବାହୁ ସାମନ୍ତ କିଶୋର ସାମଲଙ୍କ ନେତୃତ୍ୱରେ ଯୁବ କ୍ରୀଡ଼ାବିତମାନେ ରାଜୀବ ଗାନ୍ଧୀ ଷ୍ଟାଡିୟମ ସମ୍ମୁଖରେ ଧାରଣା ଦେଇଥିଲେ । ଅନେକ ଦିନ ଧରି ଧାରଣାରେ ବସିବା ସତ୍ତ୍ବେ ମଧ୍ୟ ଏହି କ୍ରୀଡ଼ାବିତଙ୍କ ଦାବିକୁ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷପ ନିଆଯାଇ ନାହିଁ । ତେଣୁ ସେମାନଙ୍କ ଧାରଣା ଦୃଷ୍ଟି ନଦିଆଯିବାରୁ ଆଜି ନବୀନ ନିବାସ ଘେରାଉ ଉଦ୍ଦେଶ୍ୟରେ ଆନ୍ତର୍ଜାତୀୟ କ୍ରୀଡ଼ାବିତ ବଜ୍ରବହୁ ସାମନ୍ତ କିଶୋର ସାମଲଙ୍କ ନେତୃତ୍ୱରେ 20 ରୁ ଉର୍ଦ୍ଧ୍ବ କ୍ରୀଡ଼ାବିତ ବ୍ୟାସନଗର ସ୍ଥିତ ରାଜୀବ ଗାନ୍ଧୀ ଷ୍ଟାଡିୟମରୁ ଦୌଡାବା ଆରମ୍ଭ କରିଛନ୍ତି । ତେବେ କ୍ରୀଡ଼ାବିତ ମାନେ ଆସନ୍ତା 21 ତାରିଖ ଦିନ ଭୁବନେଶ୍ୱରରେ ପହଞ୍ଚି ନବୀନ ନିବାସ ଘେରାଉ କରିବେ ବୋଲି ସୂଚନା ମିଳିଛି l

ଏହା ମଧ୍ୟ ପଢ଼ନ୍ତୁ......ଶେଷ ହେଲା 5T ସଚିବଙ୍କ ଯାଜପୁର ଗସ୍ତ, ଅଭିଯୋଗ ପରେ ବିଭିନ୍ନ ଯୋଜନା ପାଇଁ କଲେ ବ୍ୟୟ ବରାଦ

ତେବେ କ୍ରୀଡ଼ାବିତ ବଜ୍ରବାହୁ ସାମନ୍ତ କିଶୋର ସାମଲ କହିଛନ୍ତି, "ବ୍ୟାସନଗର ସ୍ଥିତ ରାଜୀବ ଗାନ୍ଧୀ ଷ୍ଟାଡିୟମ ରୁପାନ୍ତରୀକରଣ ଓ ବିକାଶ କରିବା ପାଇଁ ସରକାରଙ୍କ ପାଖରେ ବାରମ୍ବାର ଗୁହାରି କରିଛୁ । ଏଥିପାଇଁ 16 କୋଟି ଟଙ୍କା ଆସିଥିଲା କିନ୍ତୁ ଏହାକୁ ଅନ୍ୟ ବାଟରେ ଖର୍ଚ୍ଚ କରାଯାଇଛି । ଆମର ଏକମାତ୍ର ଲକ୍ଷ ହେଉଛି ଷ୍ଟାଡ଼ିୟମର ବିକାଶ । ଏଥି ପାଇଁ ଆଜି ଠାରୁ ନବୀନ ନିବାସ ଅଭିମୁଖେ ଦୌଡିବା ଆରମ୍ଭ କରିଛୁ ।" ତେବେ ଷ୍ଟାଡିୟମକୁ ଅନେକ ପିଲା ଆସୁଛନ୍ତି । ଏହାର ବିକାଶ ପାଇଁ ଧାରଣା ଦେଇଥିଲୁ । ସବୁ ଯାଗାରେ ଷ୍ଟାଡିୟମ ତିଆରି ହେଉଥିବା ବେଳେ ଯାଜପୁରରେ ଷ୍ଟାଡିୟମ କରାଯାଉ ନାହିଁ । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ଜଣାଇବା ପାଇଁ ନବୀନ ନିବାସ ଅଭିମୁଖେ ଆଜିଠାରୁ ଦୌଡ ଆରମ୍ଭ କରିଥିବା କହିଛନ୍ତି କ୍ରୀଡ଼ାବିତ ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details