ଯାଜପୁର: ଓଡ଼ିଶାରେ ହେଉଛି 4ର୍ଥ ପର୍ଯ୍ୟାୟ ପାଇଁ ମତଦାନ। ଆଜି ସକାଳୁ 5.45 ମିନିଟରେ ଯାଜପୁର ଜିଲ୍ଲାର ପ୍ରତ୍ୟକ ବୁଥରେ ଆରମ୍ଭ ହେଇଛି ମକ୍ ପୋଲ କାର୍ଯ୍ୟକ୍ରମ। ପ୍ରଥମେ ଇଭିଏମ ଆଉ ଭିବିପାର୍ଟ ମେସିନ ତନଖି ଥିଲେ ବୁଥରେ ଥିବା ଏଜେଣ୍ଟ, ପୋଲିଂ ଅଫିସର ଆଉ କର୍ମଚାରୀ।
4ର୍ଥ ପର୍ଯ୍ୟାୟ ମତଦାନ: ଯାଜପୁରର ପ୍ରତ୍ୟକ ବୁଥରେ ମକ୍ ପୋଲ ଆରମ୍ଭ - election
ଆଜି ସକାଳ 5.45 ମିନିଟରେ ଯାଜପୁର ଜିଲ୍ଲାର ପ୍ରତ୍ୟକ ବୁଥରେ ଆରମ୍ଭ ହେଇଛି ମକ୍ ପୋଲ କାର୍ଯ୍ୟକ୍ରମ। ପ୍ରଥମେ ଇଭିଏମ ଆଉ ଭିବିପାର୍ଟ ମେସିନ ତନଖି ଥିଲେ ବୁଥରେ ଥିବା ଏଜେଣ୍ଟ, ପୋଲିଂ ଅଫିସର ଆଉ କର୍ମଚାରୀ।
![4ର୍ଥ ପର୍ଯ୍ୟାୟ ମତଦାନ: ଯାଜପୁରର ପ୍ରତ୍ୟକ ବୁଥରେ ମକ୍ ପୋଲ ଆରମ୍ଭ](https://etvbharatimages.akamaized.net/etvbharat/prod-images/768-512-3134952-thumbnail-3x2-mockpoll.jpeg)
ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
ତେବେ ମକ୍ ପୋଲ କାର୍ଯ୍ୟକ୍ରମ ପରେ ସରକାରୀ ନିୟମ ଅନୁସାରେ 7ଟା ରୁ ଆରମ୍ଭ ହେବ ମତଦାନ କାର୍ଯ୍ୟକ୍ରମ । ଯାଜପୁର ଜିଲ୍ଲାରେ ଗୋଟିଏ ଲୋକସଭା ଓ 7 ଗୋଟି ବିଧାନସଭା ଲାଗି ନିର୍ବାଚନ ହେଉଛି । ଜିଲ୍ଲାରେ ଚଳିତ ଥର 1619 ଗୋଟି ବୁଥରେ 14ଲକ୍ଷ 72 ହଜାର 556 ଜଣ ଭୋଟର ମତଦାନ ସାବ୍ୟସ୍ତ କରିବେ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ