ଓଡିଶା

odisha

ETV Bharat / state

ଯାଜପୁର ଗସ୍ତରେ 'ମୋ ସ୍କୁଲ' ଅଧ୍ୟକ୍ଷା - jajpur visit

ବୁଧବାର ଯାଜପୁରର ରାମବାଗ ହାଇସ୍କୁଲ ଏବଂ ଜିଲା ସ୍କୁଲ ପରିଦର୍ଶନ କରିବା ସହ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସହ ଆଲୋଚନା କରିଥିଲେ 'ମୋ ସ୍କୁଲ' ଅଧ୍ୟକ୍ଷା ସୁସ୍ମିତା ବାଗଚି।

ଯାଜପୁର ଗସ୍ତରେ 'ମୋ ସ୍କୁଲ' ଅଧ୍ୟକ୍ଷା

By

Published : Nov 6, 2019, 8:29 PM IST

ଯାଜପୁର: ଜିଲ୍ଲା ଗସ୍ତରେ 'ମୋ ସ୍କୁଲ' ଅଧ୍ୟକ୍ଷା ସୁସ୍ମିତା ବାଗଚି। ସେ ବୁଧବାର ଯାଜପୁରର ରାମବାଗ ହାଇସ୍କୁଲ ଏବଂ ଜିଲା ସ୍କୁଲ ପରିଦର୍ଶନ କରିବା ସହ ଶିକ୍ଷକ,ଶିକ୍ଷୟତ୍ରୀଙ୍କ ସହ ଆଲୋଚନା କରିଥିଲେ।

ସ୍କୁଲରେ ରହିଥିବା ବିଭିନ୍ନ ଅଭାବ ଅସୁବିଧା ଓ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ମଧ୍ୟ ବିଭିନ୍ନ ମତାମତ ଗ୍ରହଣ କରିଥିଲେ। ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକ, ସମଗ୍ର ଶିକ୍ଷା ଜିଲ୍ଲା ପ୍ରକଳ୍ପ ସଂଯୋଜକ ବିଷ୍ଣୁ ଚରଣ ସୁତାର ପ୍ରମୁଖ ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ନିଜର ମତ ଦେଇଥିଲେ।

ଯାଜପୁର ଗସ୍ତରେ 'ମୋ ସ୍କୁଲ' ଅଧ୍ୟକ୍ଷା

ଯାଜପୁରରେ 'ମୋ ସ୍କୁଲ' ଅଭିଯାନକୁ ସଫଳ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏଥିରେ ଅଦ୍ୟାବଧି 45ଟି ସ୍କୁଲକୁ ସାମିଲ କରାଯାଇଛି। 'ମୋ ସ୍କୁଲ' ଅଭିଯାନ ମାଧ୍ୟମରେ ସ୍କୁଲର ଭିତ୍ତିଭୂମିର ବିକାଶ ହୋଇପାରିବ ବୋଲି ବାଗଚି କହିଥିଲେ। ଏ ବୈଠକରେ ଯାଜପୁର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଜିଲ୍ଲାର ସମସ୍ତ ବିଇଓ ଏବଂ 'ମୋ ସ୍କୁଲ'ର ରାଜ୍ୟ ସଂଯୋଜକ ଅମରଜିତ୍ ଜେନା, ପ୍ରୋଗ୍ରାମ ଅଫିସର ପାର୍ଥବୀର ସାମଲ ପ୍ରମୁଖ ସାମିଲ ହୋଇଥିଲେ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details