ଯାଜପୁର: ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧିର ଉଲଂଘନ ଅଭିଯୋଗ ଆସିବା ପରେ ବିଧାୟିକାଙ୍କୁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ହେଲା କାରଣ ଦର୍ଶାଅ ନୋଟିସ । ଏଥିସହ ଆସନ୍ତାକାଲି ସକାଳ ୧୦ଟାରୁ ପ୍ରମିଳା ପ୍ରଚାର କରି ପାରିବେ ନାହିଁ । ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ କୌଣଷି ସ୍ଥାନରେ ନିର୍ବାଚନୀ ପ୍ରଚାର କରି ପାରିବେ ନାହିଁ ବୋଲି ରାଜ୍ୟ ନିର୍ବାଚନ କମିଶନ ଚିଠିରେ ଉଲ୍ଲେଖ କରିଛନ୍ତି ।
ତେବେ ପ୍ରମିଳା ମଲ୍ଲିକ ନିର୍ବାଚନ ପ୍ରଚାର ସମୟରେ ଭୋଟରଙ୍କୁ ପ୍ରଭାବିତ କଲା ଭଳି ଭାଷଣ ଦେଇଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଅଭିଯୋଗ ପାଇବା ପରେ ରାଜ୍ୟ ନିର୍ବାଚନ କମିଶନ ଏହି ପଦକ୍ଷେପ ନେଇଛନ୍ତି । ଏନେଇ ଆଜି ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ବିଧାୟିକା ଓ ବିଂଝାରପୁର ବିଡିଓଙ୍କୁ ନୋଟିସ ଦେଇଛନ୍ତି ।