ଓଡିଶା

odisha

By

Published : Aug 22, 2020, 7:58 PM IST

ETV Bharat / state

ଯାଜପୁର ସୁକିନ୍ଦାରେ ଅନେକ ହିତାକାଂକ୍ଷୀ କାର୍ଯ୍ୟର ଉଦଘାଟନ କଲେ ବିଧାୟକ

ଖଣିଖାଦାନ ଭରା ଯାଜପୁର ସୁକିନ୍ଦାର ଉନ୍ନତି ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଗୋଟିଏ ଦିନରେ ଉଦଘାଟନ କଲେ ଅନେକ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

ଯାଜପୁର ସୁକିନ୍ଦାରେ ଅନେକ ହିତାକାଂକ୍ଷି କାର୍ଯ୍ୟର ଉଦଘାଟନ କଲେ ବିଧାୟକ
ଯାଜପୁର ସୁକିନ୍ଦାରେ ଅନେକ ହିତାକାଂକ୍ଷି କାର୍ଯ୍ୟର ଉଦଘାଟନ କଲେ ବିଧାୟକ

ଯାଜପୁର:ଖଣିଖାଦାନ ଭରା ଯାଜପୁର ସୁକିନ୍ଦାର ଉନ୍ନତି ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର। ବିଭିନ୍ନ ପ୍ରକଳ୍ପ ପାଇଁ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। ଏହି ପରିପ୍ରେକ୍ଷିରେ ସୁକିନ୍ଦା ବ୍ଲକ ପିମ୍ପୁଡିଆ ପଞ୍ଚାୟତରେ ଜିଲ୍ଲା ଖଣିଜ ପାଣ୍ଠି ବିନିଯୋଗରେ ନିର୍ମାଣ ହୋଇଥିବା ବିଭିନ୍ନ ଲୋକାଭିମୁଖି ପ୍ରକଳ୍ପର ଉଦଘାଟନ କରିଛନ୍ତି ସ୍ଥାନୀୟ ବିଧାୟକ ପ୍ରିତିରଞ୍ଜନ ଘଡାଇ।

ଯାଜପୁର ସୁକିନ୍ଦାରେ ଅନେକ ହିତାକାଂକ୍ଷି କାର୍ଯ୍ୟର ଉଦଘାଟନ କଲେ ବିଧାୟକ

ପଞ୍ଚାୟତରେ ନିର୍ମାଣ ହୋଇଥିବା ମାର୍କେଟ କମ୍ପଲେକ୍ସ, ହାଟ କାର୍ଯ୍ୟାଳୟ, ବିଭିନ୍ନ ବିଦ୍ୟାଳୟର ପାଚେରୀ ଏବଂ ସ୍ୱର୍ଗଦ୍ୱାର ଆଦି ଉଦଘାଟନ କରାଯାଇଛି। ଏଥିସହ ପଞ୍ଚାୟତରେ କାଜୁ ଜଙ୍ଗଲ ସୃଷ୍ଟି ପାଇଁ ଚିହ୍ନଟ କରାଯାଇଥିବା ୪୦ ହେକ୍ଟର ଜମିରେ ବୃକ୍ଷ ରୋପଣ ମଧ୍ୟ ଆରମ୍ଭ କରାଯାଇଛି। ଏଠାରେ କାଜୁ ଜଙ୍ଗଲ ସୃଷ୍ଟି ହେଲେ କୋରୋନା ପାଇଁ ରୋଜଗାର ହରାଇଥିବା ଏହି ଅଞ୍ଚଳର ପ୍ରବାସୀ ଶ୍ରମିକ ମାନେ ରୋଜଗାର ପାଇପାରିବେ ବୋଲି ବିଧାୟକ କହିଛନ୍ତି ।

ଏହି ଉଦଘାଟନି କାର୍ଯ୍ୟକ୍ରମରେ ବିଧାୟକଙ୍କ ସମେତ ସୁକିନ୍ଦା ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ସ୍ଥାନୀୟ ସରପଞ୍ଚସାମିଲ ଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details