ଓଡିଶା

odisha

ETV Bharat / state

ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ: କଟୁରିରେ ହାଣିଲେ ଦୁର୍ବୃତ୍ତ

ବୁଧବାର ସନ୍ଧ୍ୟାରେ ବଜାରରେ କାମ ସାରି ନିଜ ଘରକୁ ଫେରୁଥିବା ବେଳେ ବାଟରେ କିଛି ଦୁର୍ବୃତ୍ତ ଆଦିକନ୍ଦଙ୍କୁ ହତ୍ୟା କରିଥିଲେ । ଅଧିକ ପଢନ୍ତୁ..

ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ:କଟୁରିରେ ହାଣିଲେ ଦୁର୍ବୃତ୍ତ

By

Published : Oct 31, 2019, 5:26 PM IST

ଯାଜପୁର: ପୂର୍ବ ଶତ୍ରୁତାରୁ ଜଘନ୍ୟ ହତ୍ୟାକାଣ୍ଡ । ଅନ୍ଧାରର ସୁଯୋଗ ନେଇ କଟୁରିରେ ହାଣି ହତ୍ୟା କଲେ ଦୁର୍ବୁତ୍ତ। ଯାଜପୁର ସଦର ଥାନା ମିରପାଟଣା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ତେବେ ମୃତକ ହେଲେ ଆଦିକନ୍ଦ ବିଶ୍ବାଳ । ବୁଧବାର ସନ୍ଧ୍ୟାରେ ମାର୍କେଟିଂ କରି ଆଦିକନ୍ଦ ନିଜ ଘରକୁ ଫେରୁଥିବା ବେଳେ ବାଟରେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ କରିବା ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହାପରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଆଦିକନ୍ଦଙ୍କୁ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ: କଟୁରିରେ ହାଣିଲେ ଦୁର୍ବୃତ୍ତ

ଭୁଜାଲି, କଟୁରି ଏବଂ ଟାଙ୍ଗିଆ ଯୋଗେ ତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଏହି ହତ୍ୟାକାଣ୍ଡ ପଛରେ ପୂର୍ବ ଶତ୍ରୁତା ଓ ପାରିବାରିକ ବିବାଦ ଥିବା ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି । ଏନେଇ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହେବାପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details