ଯାଜପୁର: ଦଶରଥପୁର ବ୍ଲକ ଦଶରଥପୁର ପଞ୍ଚାୟତର ୯ ନମ୍ବର ବୁଥରୁ ଭୋଟ ବାକ୍ସ ଲୁଟ୍ ଅଭିଯୋଗ ହୋଇଛି । ଭୋଟବାକ୍ସ ପୋଖରୀରେ ପିଙ୍ଗିଦେଲେ ଦୁର୍ବୃତ୍ତ । ସୂଚନା ଅନୁସାରେ ମତଦାନ ପରେ ଭୋଟବାକ୍ସ ବ୍ଲକକୁ ଅଣାଯିବ ଲାଗି ପ୍ରସ୍ତୁତି ଚାଲିଥବା ବେଳେ ଦୁର୍ବୃତ୍ତ ଏହାକୁ ପୋଖରୀକୁ ଫିଙ୍ଗିଦେଇଛନ୍ତି ।
Panchayat Poll: ବାଲାଟ ବାକ୍ସ ପୋଖରୀକୁ ପିଙ୍ଗିଦେଲେ ଦୁର୍ବୃତ୍ତ
ଯାଜପୁର ଦଶରଥପୁର ବ୍ଲକରେ ଭୋଟ ବାକ୍ସ ଲୁଟ୍ ଅଭିଯୋଗ ହୋଇଛି । ଭୋଟ ବାକ୍ସ ପୋଖରୀରେ ପିଙ୍ଗିଦେଲେ ଦୁର୍ବୃତ୍ତ । ସୂଚନା ଅନୁସାରେ ମତଦାନ ପରେ ଭୋଟ ବାକ୍ସ ବ୍ଲକକୁ ଅଣାଯିବ ଲାଗି ପ୍ରସ୍ତୁତି ଚାଲିଥବା ବେଳେ ଦୁର୍ବୃତ୍ତ ପୋଖରୀକୁ ଫିଙ୍ଗି ଦେଇଛନ୍ତି । ଅଧିକ ପଢନ୍ତୁ
Panchayat Poll: ଭୋଟ ବାକ୍ସ ପୋଖରୀକୁ ପିଙ୍ଗିଲେ ଦୁର୍ବୃତ୍ତ
ଯାଜପୁର ଜିଲ୍ଲା ଦଶରଥପୁର ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମତଦାନ କେନ୍ଦ୍ରଟି ଥିଲା । ସ୍କୁଲଟି ପିଙ୍କ ଜୋନରେ ଥିବାବେଳେ ଏହା ଦଶରଥପୁର ତହସିଲ ଏବଂ ବ୍ଲକକୁ ଲାଗି ରହିଛି । ପିଙ୍କ ଜୋନରେ ସୁରକ୍ଷା ବ୍ୟବସ୍ଥା ଦୁର୍ବଳ ଥିବାରୁ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ