ଓଡିଶା

odisha

By

Published : Jan 21, 2020, 9:00 PM IST

ETV Bharat / state

ଧର୍ମଶାଳା ନାବାଳିକା ଅପହରଣ ଘଟଣା; ପୋଲିସକୁ ଆଙ୍ଗୁଳି ଉଠାଇଲା କଂଗ୍ରେସ

ନାବାଳିକା ଅପହରଣ ଓ ନିର୍ଯାତନା ଘଟଣାକୁ ବିତିଛି ଆଠ ଦିନ । କିନ୍ତୁ ଏ ଯାଏଁ ମଧ୍ୟ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ପୋଲିସ । ଯାହାକୁ ନେଇ ପୋଲିସ ପ୍ରଶାସନ ଉପରକୁ ଆଙ୍ଗୁଳି ଉଠାଇଛି କଂଗ୍ରେସ ।

minor girl torture case
minor girl torture case

ଯାଜପୁର: ଧର୍ମଶାଳା ଅଞ୍ଚଳରୁ ନାବାଳିକା ଅପହରଣ ଓ ନିର୍ଯ୍ୟାତନା ଘଟଣାକୁ ୮ ଦିନ ବିତିଥିଲେ ମଧ୍ୟ ପୋଲିସ ଏ ଯାଏଁ ଚୁପ ହୋଇ ବସି ରହିଛି । ଅପହରଣ କରିଥିବା ଦୁର୍ବୃତ ମାନେ ନାବାଳିକାକୁ ଫିଙ୍ଗି ଦେବା ପରେ ସଖି କେନ୍ଦ୍ରରେ ଛାଡି ଦେଇଛି ପୋଲିସ । ଏହି ଅପହରଣ ଘଟଣାରେ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ଥିବା ନାବାଳିକା ଜଣକ ସଖୀ କେନ୍ଦ୍ରର ଅଧିକାରୀଙ୍କ ନିକଟରେ ବୟାନ ଦେଇଥିବା ବେଳେ ଅପହରଣ କରିବା ପରେ ତାଙ୍କୁ କୌଣସି ପୋଲିସ କ୍ବାର୍ଟର ଅଞ୍ଚଳରେ ରଖିଥିବା ସନ୍ଦେହ କରିଛନ୍ତି ନାବାଳିକା ।

ଧର୍ମଶାଳା ନାବାଳିକା ଅପହରଣ; ପୋଲିସ ଉପରକୁ ଆଙ୍ଗୁଳି ଉଠାଇଲା କଂଗ୍ରେସ

ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିଲେ ହେଁ ପୋଲିସ ଏହାକୁ ନେଇ ଢ଼ିଲା ମନୋଭାବ ଦେଖାଉଥିବା ଅଭିଯୋଗ କରିଛି କଂଗ୍ରେସ । ଧର୍ମଶାଳାର କଂଗ୍ରେସ ନେତ୍ରୀ ସ୍ମୃତିରେଖା ନାବାଳିକାଙ୍କୁ ସଖୀ କେନ୍ଦ୍ରରେ ଭେଟି ସମବେଦନା ଜଣାଇବା ସହିତ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

ଗତକାଲି ସଂଧ୍ୟାରେ ଧର୍ମଶାଳା ପୋଲିସ ପିଡିତାଙ୍କ ପାଖକୁ ଯାଇ କେବଳ ବୟାନ ରେକର୍ଡ କରିଛି । ତେବେ ଏ ନେଇ ପୋଲିସ ସହିତ ବାରମ୍ବାର ଯୋଗା ଯୋଗ କରାଯାଉଥିଲେ ମଧ୍ୟ ପୋଲିସ କିଛି କହିବାକୁ ମନା କରିଦେଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details