ଯାଜପୁର: ପ୍ରତିଦିନ ଦୁଷ୍କର୍ମ ଅତ୍ୟାଚାର ଓ ନାରୀ ଅସଦାଚରଣ ଭଳି ଘଟଣା ସାମନାକୁ ଆସୁଛି । ପୁଣି ଜଣେ ନାବାଳିକାକୁ ବୃଦ୍ଧଙ୍କ ଦୁଷ୍କର୍ମ ମାମଲା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଦୁଃଖଦ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ଵରରେ । ଆଦିବାସୀ ନାବାଳିକା ଦୁଷ୍କର୍ମ ପଛରେ ସତ କ'ଣ । କ'ଣ ପାଇଁ ବୃଦ୍ଧଙ୍କ ନାଁରେ ଅଭିଯୋଗ ଆଣିଲେ ନାବାଳିକାର ମା' । ବାଲିଚନ୍ଦ୍ରପୁରରୁ ଭୁବନେଶ୍ବର ଲମ୍ବିଛି ଚେର l ବିଶ୍ବାସ ନହେଲେ ବି ଏମିତି ଲୋମହର୍ଷଣକାରୀ ଅଭିଯୋଗ ହୋଇଛି ବାଲିଚନ୍ଦ୍ରପୁର ଥାନାରେ l
ସୂଚନା ମୁତାବକ ବାଲିଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ଆଦିବାସୀ ନାବାଳିକାକୁ ସେହି ଗ୍ରାମର ଜଣେ ଯୁବକ ଭୁବନେଶ୍ବରରେ ବସବାସ କରୁଥିବା ପ୍ରମୋଦ ପୃଷ୍ଟିଙ୍କ ଘରେ ୩୦୦୦ ଟଙ୍କା ବେତନରେ କାମଧନ୍ଦା କରିବାକୁ ଛାଡିଥିଲେ l ହେଲେ ଆଦିବାସୀ ନାବାଳିକା ସରଳତାର ସୁଯୋଗ ନେଇ ପ୍ରମୋଦଙ୍କ ଶ୍ବଶୁର ପ୍ରଫୁଲ୍ଲ ନାବାଳିକାକୁ ଧମକ ଚମକ ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ । ଦୁର୍ଗାପୂଜା ପାଇଁ ଝିଅ ଘରକୁ ଆସିବା ପରେ ଝିଅର ଅବସ୍ଥା ଦେଖି ପରିବାର ଲୋକଙ୍କ ମନରେ ସନ୍ଦେହ ଜାତ ହୋଇଥିଲା । ଡାକ୍ତରଙ୍କ ପରାମର୍ଶ ନେବା ପରେ ପୀଡିତା ଗର୍ଭବତୀ ହୋଇଥିବା ଜଣା ପଡ଼ିଥିଲା । ଏନେଇ ଗତକାଲି ପୀଡିତା ବାଲିଚନ୍ଦ୍ରପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି ।