ଯାଜପୁର: ନଦୀକୁ ଶୌଚ ହେବାକୁ ଯାଇ ନାବାଳକ ମୃତ । ମୃତକ ହେଲେ ଯାଜପୁର ଧାମନଗର ଥାନା ଦେହୁରୀ ଆନନ୍ଦପୁର ଗାଁର ଯୁକ୍ତ 2 ଛାତ୍ର ଅଶ୍ବିନୀ କୁମାର ନାୟକ । ଆଜି(ମଙ୍ଗଳବାର) ବୈତରଣୀ ନଦୀକୁ ଶୌଚକୁ ହେବାକୁ ଯାଇଥିବାବେଳେ ନଦୀରେ ବୁଡି ଯାଇଥିଲେ ଅଶ୍ବିନୀ ।
ନଦୀକୁ ଶୌଚ ହେବାକୁ ଯାଇ ନାବାଳକ ମୃତ - minor boy drown death
ଯାଜପୁର ଧାମନଗର ଥାନାରେ ଅଘଟଣ । ନଦୀକୁ ଶୌଚ ହେବାକୁ ଯାଇ ନାବାଳକ ମୃତ । ଅଧିକ ପଢନ୍ତୁ...
ନଦୀକୁ ଶୌଚ ହେବାକୁ ଯାଇ ନାବାଳକ ମୃତ
ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରିବା ପରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ନଦୀରେ ବାଲି ଚାଲାଣ ଯୋଗୁଁ ସୃଷ୍ଟି ହୋଇଥିବା ଗଣ୍ଡରେ ବୁଡି ଯାଇଥିବା ସୂଚନା ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ