ଓଡିଶା

odisha

ETV Bharat / state

ଆନ୍ଦୋଳନ ଦେଖି ନରମିଲେ ଗଣଶିକ୍ଷା ମନ୍ତ୍ରୀ

ଆନ୍ଦୋଳନ ଦେଖି ବଦଳିଲା ସରକାରଙ୍କ ନିଷ୍ପତ୍ତି । ଯୁକ୍ତଦୁଇ ପ୍ରଥମ ବର୍ଷରେ ପାସ-ଫେଲ୍ ବ୍ୟବସ୍ଥା ଚଳିତ ବର୍ଷ କାର୍ଯ୍ୟକାରୀ ନ କରିବାକୁ ବିଚାର କରୁଛନ୍ତି ସରକାର । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ.....

minister reaction student protest
ଆନ୍ଦୋଳନ ଦେଖି ନରମିଲେ ଗଣଶିକ୍ଷା ମନ୍ତ୍ରୀ

By

Published : Jan 21, 2020, 5:18 PM IST

ଯାଜପୁର: ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଦେଖି ନରମିଲେ ସରକାର । ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ପାସ-ଫେଲ ବ୍ୟବସ୍ଥାର ହେବ ପୁର୍ନବିଚାର । ଯୁକ୍ତ ଦୁଇ ପ୍ରଥମ ବର୍ଷରେ 33 ପ୍ରତିଶତ ମାର୍କ ନ ରଖିଲେ, ଛାତ୍ରଛାତ୍ରୀ ଦ୍ବିତୀୟ ବର୍ଷକୁ ଉତ୍ତୀର୍ଣ୍ଣ ହୋଇପାରିବେ ନାହିଁ ବୋଲି ବିଭାଗୀୟ ମନ୍ତ୍ରୀ ଘୋଷଣା କରିଥିଲେ। ଯାହାକୁ ନେଇ ରାଜ୍ୟରେ ବିଭିନ୍ନ ମହାବିଦ୍ୟାଳୟରେ ଆନ୍ଦୋଳନ ଚାଲିଛି ।

ଆନ୍ଦୋଳନ ଦେଖି ନରମିଲେ ଗଣଶିକ୍ଷା ମନ୍ତ୍ରୀ

ଛାତ୍ରଛାତ୍ରୀ ମାନେ ଏହାକୁ ତୀବ୍ର ବିରୋଧ କରିବା ସହ ରାଜରାସ୍ତାକୁ ଓହ୍ଲାଇଥିଲେ । ଚାରିଆଡୁ ବିକ୍ଷୋଭ ପ୍ରଦର୍ଶନ ହେବା ପରେ ସରକାର ତାଙ୍କ ନିଷ୍ପତ୍ତିକୁ ବଦଳାଇବାକୁ ବିଚାର ବିମର୍ଷ କରୁଛନ୍ତି । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ମନ୍ତ୍ରୀ କହିଛନ୍ତି, ଏହି ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କୁ ଫେଲ କରିବା ପାଇଁ ଉଦ୍ଦେଶ୍ୟ ନୁହେଁ । ଛାତ୍ରଛାତ୍ରୀ ଯଦି ପ୍ରସ୍ତୁତ ନୁହନ୍ତି, ଚଳିତ ବର୍ଷ ଏହାକୁ କାର୍ଯ୍ୟକାରୀ କରିବାକୁ ସରକାର ବିଚାର କରୁଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details