ଓଡିଶା

odisha

ETV Bharat / state

ନିଯୁକ୍ତି ପ୍ରତିଶୃତିକୁ 14 ବର୍ଷ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ଦାଦନ ଶ୍ରମିକ - ଯାଜପୁର ଖବର

ପ୍ରତିଶୃତିକୁ 14 ବର୍ଷ । ହେଲେ ଏଯାଏଁ ମିଳିନି ନିଯୁକ୍ତି । ୨୦୦୬ ମସିହାରେ ତାମିଲନାଡ଼ୁର ସୋଲୁମ ଜିଲ୍ଲାରେ ଏକ ଘରୋଇ ସୁତାମିଲରେ ପ୍ରଥମାଖଣ୍ଡି ଅଞ୍ଚଳର ୧୩ ଜଣ ଯୁବକ କାର୍ଯ୍ୟ କରୁଥିଲେ । ସେଠାରେ ସେମାନଙ୍କୁ ନିର୍ଯ୍ୟାତନା ହେଉଥିବା ଖବର ପାଇ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଫେରାଇ ଅଣାଯାଇ ଜିଲ୍ଲାରେ କାମ ଦେବାକୁ ପ୍ରତିଶୃତି ଦିଆଯାଇଥିଲା ।

ପ୍ରତିଶୃତିକୁ 14 ବର୍ଷ,ଏଯାଏଁ ମିଳିନି ନିଯୁକ୍ତି: ଜିଲ୍ଲାପାଳଙ୍କ ଦ୍ବାରସ୍ତ ହେଲେ ଦାଦନ ଶ୍ରମିକ
ପ୍ରତିଶୃତିକୁ 14 ବର୍ଷ,ଏଯାଏଁ ମିଳିନି ନିଯୁକ୍ତି: ଜିଲ୍ଲାପାଳଙ୍କ ଦ୍ବାରସ୍ତ ହେଲେ ଦାଦନ ଶ୍ରମିକ

By

Published : Oct 7, 2020, 8:12 PM IST

ଯାଜପୁର: ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କୁ ଜିଲ୍ଲାରେ ନିଯୁକ୍ତି ଦେବାକୁ ଦାବି । ସ୍ଥାୟୀ ନିଯୁକ୍ତି ଦାବି ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଯାଜପୁର ରସୁଲପୁର ବ୍ଳକ ପ୍ରଥମାଖଣ୍ଡି ପଞ୍ଚାୟତର ଦାଦନ ଶ୍ରମିକ ।

ପ୍ରତିଶୃତିକୁ 14 ବର୍ଷ,ଏଯାଏଁ ମିଳିନି ନିଯୁକ୍ତି: ଜିଲ୍ଲାପାଳଙ୍କ ଦ୍ବାରସ୍ତ ହେଲେ ଦାଦନ ଶ୍ରମିକ

୨୦୦୬ ମସିହାରେ ତାମିଲନାଡ଼ୁର ସୋଲୁମ ଜିଲ୍ଲାରେ ଏକ ଘରୋଇ ସୁତାମିଲରେ ପ୍ରଥମାଖଣ୍ଡି ଅଞ୍ଚଳର ୧୩ ଜଣ ଯୁବକ କାର୍ଯ୍ୟ କରୁଥିଲେ । ସୁତା ମିଲର ମାଲିକ ସେମାନଙ୍କୁ ବିନା ଦରମା ସହ ନିର୍ଯାତନା ଦେଇ କାମ କରାଉଥିବା ବେଳେ ସେଠାକାର ଲେବର କମିସନର ଆଶ୍ରୟ ନେଇଥିଲେ ଯୁବକ ମାନେ । ଖବରପାଇ ସେମାନଙ୍କୁ ସେଠାରୁ ଉଦ୍ଧାରକରି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଫେରାଇ ଅଣାଯାଇ ଜିଲ୍ଲାରେ କାମ ଦେବାକୁ ପ୍ରତିଶୃତି ଦିଆଯାଇଥିଲା ।

ହେଲେ ୧୪ ବର୍ଷ ବିତି ଯାଇଥିଲେ ମଧ୍ୟ ସେମାନଙ୍କୁ କାମ ମିଳୁ ନଥିବାରୁ ସେମାନେ ପରିବାର ଚଳାଇବାକୁ ଅସୁବିଧା ଭୋଗୁଛନ୍ତି । ତୁରନ୍ତ ଜିଲ୍ଲାରେ କାର୍ଯ୍ୟରତ ଶିଳ୍ପାନୁଷ୍ଠାନରେ ସେମାନଙ୍କୁ ନିଯୁକ୍ତି ଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details