ଯାଜପୁର: ଆଉ ଏକ କୋଭିଡ୍ ସ୍ପେଶାଲ ଟ୍ରେନ୍ ଯାଜପୁର ରୋଡ ରେଳଷ୍ଟେସନରେ ପହଞ୍ଚିଛି। ଯେଉଁଥିରେ ଯାଜପୁର ଜିଲ୍ଲାର 30ଜଣ ପ୍ରବାସୀ ପଣ୍ଡିଚେରୀରୁ ଆସିଛନ୍ତି। ସେହିପରି ଗତକାଲି (ଶନିବାର) ନିର୍ଗୁଣ୍ଡି ଏବଂ ବାଲେଶ୍ବର ରେଳଷ୍ଟେସନରେ ମଧ୍ୟ ଯାଜପୁର ଜିଲ୍ଲାର 3ଶହରୁ ଉର୍ଦ୍ଧ୍ବ ପ୍ରବାସୀ ଓହ୍ଲାଇଥିଲେ । ସେମାନେ ସୁରଟରୁ ଫେରିଥିବା ଜଣାପଡିଛି । ପ୍ରବାସୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବସ୍ ଯୋଗେ ନିଜ ଅଞ୍ଚଳରେ ଥିବା କ୍ବାରେଣ୍ଟାଇନ୍ ସେଣ୍ଟରକୁ ପଠାଯାଇଛି।
ପ୍ରକାଶ ଥାଉକି, ଗତ 28ତାରିଖରେ ତିନୋଟି କୋଭିଡ୍ ସ୍ପେଶାଲ ଟ୍ରେନ୍ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଜପୁର ରୋଡ ରେଳଷ୍ଟେସନରେ ପହଞ୍ଚିଥିଲା। ଯେଉଁଥିରେ ସୁରଟ ଏବଂ ଚେନ୍ନାଇରୁ 455ଜଣ ପ୍ରବାସୀ ଫେରିଥିଲେ । ସେମନଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାର 178ଜଣ ପ୍ରବାସୀ ଆସିଥିବା ବେଳେ ଅବଶିଷ୍ଟ 277ଜଣ କେନ୍ଦ୍ରାପଡା, ଦେବଗଡ, କଟକ, ଭଦ୍ରକ, ବାଲେଶ୍ବର, ବରଗଡ, ମୟୂରଭଞ୍ଜ ଓ ଢେଙ୍କାନାଳ ଆଦି 8ଟି ଜିଲ୍ଲାର ପ୍ରବାସୀ ରହିଥିଲେ।