ଓଡିଶା

odisha

ETV Bharat / state

ମେଗା ପ୍ରକଳ୍ପ ତ୍ବରାନ୍ବିତ ପାଇଁ ଯାଜପୁରରେ ସମୀକ୍ଷା ବୈଠକ - meeting

ମେଗା ପ୍ରକଳ୍ପକର ତ୍ବରାନ୍ବିତ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିବା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ । ଅଗ୍ରାଧିକାର ଭିତ୍ତିରେ ପ୍ରଥମତଃ ଯାଜପୁର ସହରରେ ମେଡ଼ିକାଲ କଲେଜ ସ୍ଥାପନ, ମୁଖ୍ୟ ଚିକିତ୍ସାଳୟକୁ ତ୍ବରାନ୍ବିତ କରିବା ପାଇଁ ନିର୍ଦ୍ଦେଶ ଦିଆଯିବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଯାଜପୁର

By

Published : Jun 10, 2019, 12:19 PM IST

ଯାଜପୁର: ମେଗା ପ୍ରକଳ୍ପର ତ୍ବରାନ୍ବିତ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିବା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ । ଏହାସହ ଜିଲ୍ଲାରେ ଥିବା ସମସ୍ତ ବୃହତ ପ୍ରକଳ୍ପ ଗୁଡିକର ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଯାଜପୁର

ଏହି ସମୀକ୍ଷା ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ମନୋଜ କୁମାର ବେହେରା, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ଓ ପୈାର ନିର୍ବାହ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ପରେ ପରେ ପ୍ରକଳ୍ପ ଗୁଡ଼ିକର ସମସ୍ୟା ସମାଧାନ ପଇଁ ତହସିଲଦାର ଓ ସେମାନଙ୍କର କର୍ମଚାରୀ ମାନେ ଆନ୍ତରିକତାର ସହ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ ।

ଅଗ୍ରାଧିକାର ଭିତ୍ତିରେ ପ୍ରଥମତଃ ଯାଜପୁର ସହରରେ ମେଡ଼ିକାଲ କଲେଜ ସ୍ଥାପନ, ମୁଖ୍ୟ ଚିକିତ୍ସାଳୟ, ଆରଏମ୍ସି ଗୋଦାମ ଘର ଓ ପ୍ରଶାସନିକ ଭବନକୁ ତ୍ବରାନ୍ବିତ କରିବା ପାଇଁ ନିର୍ଦ୍ଦେଶ ଦିଆଯିବା । ଏହା ସହିତ ଯାଜପୁର ଜଳସମ୍ପଦ ଡ଼ିଭିଜନ୍ ପକ୍ଷରୁ ୧୩ଟି ମେଗା ପ୍ରକଳ୍ପ ପାଇଁ ୧୩୮୭୨.୬୫ ଲକ୍ଷ ଟଙ୍କା ବ୍ୟୟ କରାଯାଇ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ସୂଚନା ଦେଇଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details