ଯାଜପୁର: କାଳିଆପାଣି ଖଣିରେ ପରିବହନ ସମସ୍ୟାକୁ ନେଇ ଦୀର୍ଘଦିନ ହେବ ଲାଗିରହିଛି ବିବାଦ। କେତେବେଳେ ଗାଡି ଫାଷ୍ଟ କମ ଫାଷ୍ଟ ଲୋଡ଼କୁ ନେଇ ତ କେତେବେଳେ ଗାଡିର ରେଟକୁ ନେଇ ବିବାଦ ଲାଗି ରହିଛି । ଏ ନେଇ କଳିଙ୍ଗନଗରର ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସରେ ବିଭିନ୍ନ ଅଧିକାରୀଙ୍କୁ ନେଇ ବୈଠକ ହୋଇଛି ।
କ୍ରୋମାଇଟ ଖଣିର ପରିବହନ ସମସ୍ୟାକୁ ନେଇ କଳିଙ୍ଗନଗର ଉପଜିଲ୍ଲାପାଳଙ୍କ ବୈଠକ - କାଳିଆପାଣି କ୍ରୋମାଇଟ ଖଣିର ପରିବହନ ସମସ୍ୟା
କାଳିଆପାଣି ଖଣିରେ କ୍ରୋମାଇଟ ପରିବହନ ସମସ୍ୟା ସମାଧାନକୁ ନେଇ କଳିଙ୍ଗନଗରର ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସରେ ବିଭିନ୍ନ ଅଧିକାରୀଙ୍କ ବୈଠକ କରିଛନ୍ତି । ହିସବୁ ସମସ୍ୟା ଖୁବଶୀଘ୍ର ସମାଧାନ କରାଯିବ ବୋଲି କଳିଙ୍ଗନଗରର ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି। ଅଧିକ ପଢନ୍ତୁ...
ଯାଜପୁର ଜିଲ୍ଲା କାଳିଆପାଣିସ୍ଥିତ କ୍ରୋମାଇଟ ଖଣିରେ ପରିବହନ ସମସ୍ୟାକୁ ନେଇ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ସବୁ ବିଭାଗକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଡିଡିଏମ, କଳିଙ୍ଗନଗରର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ପ୍ରତ୍ୟେକ ଖଣିର ଅଧିକାରୀ, ଟ୍ରାନ୍ସପୋର୍ଟ ଓ ଟ୍ରକ ମାଲିକ ଯୋଗଦେଇଛନ୍ତି । ତେବେ ଟ୍ରକ ମାଲିକଙ୍କର କହିବା ଅନୁଯାୟୀ ଏବେ ଫାଷ୍ଟ କମ ଫାଷ୍ଟ ଲୋଡ ହିସାବରେ ଗାଡି ଚାଲିଥିଲେ ବି ଟ୍ରାନ୍ସପୋର୍ଟ ମାନେ ମନ ଇଛା ଗାଡିର ପରିବହନ ଟଙ୍କା ଦେଉଛନ୍ତି । ଯାହାଫଳରେ ମାଲ ପରିବହନ ହେଲେ ମଧ୍ୟ ଟଙ୍କା ପାଇବାକୁ ଦୁଇ ତିନି ମାସ ଲାଗିଯାଉଛି । ଗାଡିର କିସ୍ତି ଦେବା ଅସମ୍ଭବ ହୋଇଯାଉଛି। ସେପଟେ ଏହିସବୁ ସମସ୍ୟା ଖୁବଶୀଘ୍ର ସମାଧାନ କରାଯିବ ବୋଲି କଳିଙ୍ଗନଗରର ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ