ଯାଜପୁର: ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ମଙ୍ଗଳବାର ରୋଗୀ କଲ୍ୟାଣ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ସଭାପତିତ୍ବରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟତଃ ଜିଲ୍ଲାରେ କୋରୋନାର ସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥିସହ ଆଗକୁ କୋରୋନାର ଚିକିତ୍ସା ପାଇଁ ଆବଶ୍ୟକ ପଡୁଥିବା ପ୍ଲାଜମା ସଂଗ୍ରହ ପାଇଁ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଥିଲା ।
ପ୍ଲାଜମା ସଂଗ୍ରହ ପାଇଁ ଯାଜପୁରରେ ଭିତ୍ତିଭୂମି ପ୍ରସ୍ତୁତି ନେଇ ବୈଠକ - ଯାଜପୁରରେ କୋରୋନା ଚିକିତ୍ସା
ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ମଙ୍ଗଳବାର ରୋଗୀ କଲ୍ୟାଣ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଗକୁ କୋରୋନାର ଚିକିତ୍ସା ପାଇଁ ଆବଶ୍ୟକ ପଡୁଥିବା ପ୍ଲାଜମା ସଂଗ୍ରହ ପାଇଁ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଥିଲା ।

ପ୍ଲାଜମା ସଂଗ୍ରହ ପାଇଁ ଯାଜପୁରରେ ଭିତ୍ତିଭୂମି ପ୍ରସ୍ତୁତି ନେଇ ବୈଠକ ଅନୁଷ୍ଠିତ
ପ୍ଲାଜମା ସଂଗ୍ରହ ପାଇଁ ଯାଜପୁରରେ ଭିତ୍ତିଭୂମି ପ୍ରସ୍ତୁତି ନେଇ ବୈଠକ ଅନୁଷ୍ଠିତ
ଏହି ପ୍ଲାଜମା ସଂଗ୍ରହ ପାଇଁ ଆବଶ୍ୟକ ଭିତ୍ତିଭୂମିକୁ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଡାକ୍ତରଖାନାରେ ଅପରିଚିତଙ୍କ ମୃତଦେହ ସଂଗ୍ରହ ପାଇଁ ସ୍ବତନ୍ତ୍ର ମେସିନ ସହିତ ପ୍ଲାଜମା ସଂରକ୍ଷିତ କରି ରଖିବା ପାଇଁ ସ୍ବତନ୍ତ୍ର ମେସିନ କିଣିବା ପାଇଁ ନିଷ୍ପତ୍ତି ହୋଇଛି । ଏହି ବୈଠକରେ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ