ଓଡିଶା

odisha

ETV Bharat / state

ଯାଜପୁରରେ ନିର୍ମାଣ ହେବ ମେଡିକାଲ କଲେଜ ଓ ସୁପର ସ୍ପେଶିଆଲ ହସପିଟାଲ - ମେଡିକାଲ କଲେଜ ଓ ସୁପର ସ୍ପେସିଆଲ ହସପିଟାଲ

ଯାଜପୁରରେ ନିର୍ମାଣ ହେବ ମେଡିକାଲ କଲେଜ ଓ ସୁପର ସ୍ପେଶିଆଲ ହସପିଟାଲ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଉପରେ କ୍ୟାବିନେଟର ଲାଗିଛି ମୋହର । ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ । ଅଧିକ ପଢନ୍ତୁ...

medical college and super specialist hospital will establish in jajpur
ଯାଜପୁରରେ ନିର୍ମାଣ ହେବ ମେଡିକାଲ କଲେଜ ଓ ସୁପର ସ୍ପେସିଆଲ ହସପିଟାଲ

By

Published : Dec 26, 2020, 4:53 PM IST

ଯାଜପୁର : ଯାଜପୁରରେ ନିର୍ମାଣ ହେବ 100 ସିଟ ବିଶିଷ୍ଟ ମେଡିକାଲ କଲେଜ ଓ 500 ଶଯ୍ୟା ବିଶିଷ୍ଟ ସୁପର ସ୍ପେଶିଆଲ ହସପିଟାଲ । ପାଖାପାଖି 427କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଏହି ପ୍ରକଳ୍ପ । ସରକାରଙ୍କ ଏହି ନିଷ୍ପତ୍ତି ଉପରେ ଏବେ ରାଜ୍ୟ କ୍ୟାବିନେଟ୍ ମୋହର ମାରିଛି । ଆସନ୍ତା 3ବର୍ଷ ମଧ୍ୟରେ ଏଲ ଆଣ୍ଡ ଟି ସଂସ୍ଥା ଦ୍ବାରା ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି କ୍ୟାବିନେଟରେ ଘୋଷଣା କରାଯାଇଛି। ଯାହାକୁ ନେଇ ଚାରିଆଡେ ଲୋକଙ୍କ ମଧ୍ୟରେ ଖେଳିଯାଇଛି ଆନନ୍ଦ ଉଲ୍ଲାସ । ଜିଲ୍ଲା ପ୍ରଶାସନ ତତ୍ତ୍ବାବଧାନରେ କିଆନାଳୀ ଛକ ନିକଟରେ ଜମିଅଧିଗ୍ରହଣ କରାଯାଇ ଏହାର ଭିତ୍ତିଭୂମି ପ୍ରସ୍ତୁତ ଚାଲିଛି । ମେଡିକାଲ କଲେଜ୍ ପ୍ରତିଷ୍ଠା ହେଲେ ଜିଲ୍ଲାର ମେଡିକାଲ ଷ୍ଟୁଡେଣ୍ଟମାନେ ଉପକୃତ ହେବା ସହିତ ଜିଲ୍ଲାବାସୀ ମଧ୍ୟ ବିଶେଷ ଭାବରେ ଉପକୃତ ହୋଇପାରିବେ ବୋଲି କହିଛନ୍ତି ଅଞ୍ଚଳବାସୀ ।

ଯାଜପୁରରେ ନିର୍ମାଣ ହେବ ମେଡିକାଲ କଲେଜ ଓ ସୁପର ସ୍ପେସିଆଲ ହସପିଟାଲ

ସ୍ଥାନୀୟ ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ଜିଲ୍ଲାପାଳଙ୍କ ଦ୍ବାରା ଉଭୟ ମେଡିକାଲ କଲେଜ ଓ ସୁପର ସ୍ପେଶିଆଲ ହସପିଟାଲ ପ୍ରକଳ୍ପ କାମର ସମୀକ୍ଷା କରାଯାଉଛି । ଏବେ କିଭଳି ଏହି କାମକୁ ଦୃତ ଗତିରେ କରାଯିବ, ସେ ନେଇ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ନିଆଯାଇଛି । ଏହା ଘୋଷଣା ହେବାପରେ ଶୁକ୍ରବାର ସନ୍ଧ୍ୟାରେ ଦୀପରେ ଆଲୋକିତ ହୋଇଉଠିଥିଲା ବୈତରଣୀ ନଦୀଶଯ୍ୟା ଓ ଦଶାଶ୍ବମେଧ ଘାଟ । ବିଧାୟକ ପ୍ରଣବ ପ୍ରକାଶ ଦାସ ମଧ୍ୟ ନିଜେ ଲୋକଙ୍କ ସହ ସାମିଲ ହୋଇ ବୈତରଣୀ ନଦୀର ସନ୍ଧ୍ୟା ଆଳତୀ କରି ଦୀପ ବନ୍ଦାପନା କରିଥିଲେ । ଏହି ଅବସରରେ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇବା ସହ ନିଜର ଖୁସି ବ୍ୟକ୍ତ କରିଥିଲେ । ସେପଟେ ଜିଲ୍ଲା କଂଗ୍ରେସ ପକ୍ଷରୁ ମେଡ଼ିକାଲ କଲେଜ ନିଷ୍ପତିକୁ ସ୍ଵାଗତ କରିବା ସହିତ ତୁରନ୍ତ ଦୁଇ,ତିନି ବର୍ଷ ଭିତରେ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି। ଏହା ବ୍ୟତୀତ ଯାଜପୁରର ପାଣିକୋଇଲି ଠାରେ ପ୍ରତିଷ୍ଠା ହେବ ଟ୍ରମା କେୟାର ସେଣ୍ଟର ଏବଂ ଜିଲ୍ଲା ସଦର ମହକୁମାରେ କାର୍ଯ୍ୟକ୍ଷମ ହେବ ୨ୟ ଏମସିଏଚ ବିଲ୍ଡିଂ । ଆଗାମୀ ଦିନରେ ଯାଜପୁର ଜିଲ୍ଲା ଏକ ମେଡିକାଲ ହବରେ ପରିଣତ ହେବାକୁ ଯାଉଛି ବୋଲି ସୂଚନା ଦେଇଛନ୍ତି ବିଧାୟକ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

ABOUT THE AUTHOR

...view details