ଓଡିଶା

odisha

ETV Bharat / state

ଜନଗଣନାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଅଧିକାରୀ ଓ କର୍ମଚାରୀ ସମ୍ମାନିତ - 2011 ଜନ ଗଣନାରେ ଉଲ୍ଲେଖନୀୟ କାର୍ଯ୍ୟ ଯୋଗୁଁ ସମ୍ମାନ

ଯାଜପୁର ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ଜନ ଗଣନା ନିର୍ଦ୍ଦେଶାଳୟ ପକ୍ଷରୁ ୨୦୧୧ ଜନ ଗଣନାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଯୋଗୁଁ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ମେଡାଲ ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

2011 ଜନ ଗଣନାରେ ଉଲ୍ଲେଖନୀୟ କାର୍ଯ୍ୟ ଯୋଗୁଁ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ମାନ
2011 ଜନ ଗଣନାରେ ଉଲ୍ଲେଖନୀୟ କାର୍ଯ୍ୟ ଯୋଗୁଁ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ମାନ

By

Published : Dec 26, 2020, 7:11 AM IST

ଯାଜପୁର: ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ଜନ ଗଣନା ନିର୍ଦ୍ଦେଶାଳୟ ପକ୍ଷରୁ ୨୦୧୧ ଜନ ଗଣନାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଯୋଗୁଁ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ମେଡାଲ ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ଜନ ଗଣନା ନିର୍ଦ୍ଦେଶକ ପ୍ରେମାନନ୍ଦ ଖୁଣ୍ଟିଆ ଜନଗଣନାର ଉପକାରିତା ସଂପର୍କରେ ସୂଚନା ଦେଇଥିଲେ । କୋରୋନା ସ୍ଥିତିରେ ପରିବର୍ତ୍ତନ ଆସିଲେ ସମ୍ଭବତଃ ପରବର୍ତ୍ତୀ ଜନ ଗଣନା ୨୦୨୧ ମାର୍ଚ୍ଚ କିମ୍ବା ଏପ୍ରିଲ ଠାରୁ ଆରମ୍ଭ ହେବ ବୋଲି ନିର୍ଦ୍ଦେଶକ ସୂଚନା ଦେଇଥିଲେ ।

2011 ଜନ ଗଣନାରେ ଉଲ୍ଲେଖନୀୟ କାର୍ଯ୍ୟ ଯୋଗୁଁ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ମାନ

ଦେଶର ଲୋକ ମାନଙ୍କର ସାମାଜିକ, ଅର୍ଥ ନୈତିକ, ଲିଙ୍ଗଗତ ଓ ଜାତିଗତ ସ୍ଥିତି ସହ ସେମାନଙ୍କର ସାଧନ, ସମସ୍ୟା ଓ ଆବଶ୍ୟକତା ଇତ୍ୟାଦି ସଂପର୍କରେ ଏହି ଅବସରରେ ତଥ୍ୟ ହାସଲ କରାଯାଇଥାଏ । ଏହି ଜନଗଣନା କାର୍ଯ୍ୟରେ ସହଯୋଗ କରିଥିବା କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ବୈଠକରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂ ରାଠୋରଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details