ଯାଜପୁର: ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ନିଆରା ଢଙ୍ଗରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିଛି ନବ ଉତ୍କଳ ମହିଳା ସଙ୍ଗଠନ । ମହିଳା ଦିବସ ଅବସରରେ ଦାରିଦ୍ର୍ୟ କାରଣରୁ ବାହା ହୋଇପାରୁନଥିବା ଗରିବ ପୁଅ ଝିଅ ମାନଙ୍କ ବାହାଘର କରିଛି । କୋଭିଡ ନିୟମକୁ ମାନି ସମସ୍ତ ହିନ୍ଦୁ ରୀତିନୀତି ଅନୁଯାଇ ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳସ୍ଥିତ ପାଦୁକାଶ୍ରମରେ 4ଜଣ ଗରିବ ପୁଅ ଝିଅଙ୍କର ବାହାଘର କରିଛି ସଙ୍ଗଠନ।
ମହିଳା ଦିବସ ଉପଲକ୍ଷେ ଗଣ ବିବାହ - ମହିଳା ଦିବସ ଉପଲକ୍ଷେ ଗଣ ବିବାହ
ମହିଳା ଦିବସ ଉପଲକ୍ଷେ ଗଣ ବିବାହ ଅନୁଷ୍ଠିତ । ବିବାହ ବନ୍ଧନରେ ବାନ୍ଧି ହେଲେ 2 ଯୋଡା । ଅଧିକ ପଢନ୍ତୁ...
ସୂଚନା ଥାଉକି ଅନେକ ସମୟରେ ଅଭାବ ଅନାଟନ ଯୋଗୁଁ ଅନେକ ପୁଅ ଝିଅ ବାହା ହୋଇ ପାରନ୍ତି ନାହିଁ । ହିନ୍ଦୁଶାସ୍ତ୍ରରେ ବିବାହକୁ ଏକ ପବିତ୍ର ବନ୍ଧନର ଆଖ୍ୟା ଦିଆଯାଇଥିବାରୁ ଏଥିରୁ ବଞ୍ଚିତ ନକରିବା ଲକ୍ଷ ନେଇ ମହିଳା ସଙ୍ଗଠନ ପ୍ରତିବର୍ଷ ଏଭଳି ବିନା ଯୌତୁକରେ ବର କନ୍ୟାଙ୍କର ବିବାହ ସମ୍ପୂର୍ଣ୍ଣ କରୁଛି । ଚଳିତ ବର୍ଷ କୋଭିଡ ଯୋଗୁଁ ଅଧିକ ନହେଲେବି ଦୁଇ ଗୋଟି ବରକନ୍ୟା ଯୋଡିଙ୍କର ବିବାହ କରାଯାଇଛି। ତେବେ ଯାନି ଯୌତୁକ ନଥିଲେବି ଭୋଜିଭାତ ଓ ଅନ୍ୟ ସମସ୍ତ ପାରମ୍ପରିକ କାର୍ଯ୍ୟ ପାଳନ କରାଯାଇ ବୈଦିକ ରୀତିରେ ଦୁଇ ଯୋଡାଙ୍କ ବିବାହ ହୋଇଛି । ହାତଗଣ୍ଠି ପକାଇ ବ୍ରାହ୍ମଣ ସେମାନଙ୍କୁ ବିବାହ ସୁତ୍ରରେ ବାନ୍ଧିବା ପରେ ଉପସ୍ଥିତ ବର ପକ୍ଷ ଓ କନ୍ୟାପକ୍ଷ ସେମାନଙ୍କୁ ଆଶୀର୍ବାଦ ଦେଇଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ