ଓଡିଶା

odisha

ETV Bharat / state

ମଙ୍ଗରାଜପୁର ପୂର୍ବ ଶତ୍ରୁତା ଘଟଣା, ଏସପିଙ୍କ ଦ୍ବାରସ୍ଥ ହେଲେ ଅଭିଯୋଗକାରୀ - complainant was at the door of the SP

ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ମଙ୍ଗରାଜପୁର ଗାଁରେ ପୂର୍ବ ଶତ୍ରୁତାକୁ ନେଇ ଦଳିତଙ୍କୁ ସବର୍ଣ୍ଣଙ୍କ ଆକ୍ରମଣ ଘଟଣା । ପାଣିକୋଇଲି ସ୍ଥିତ ଏସପିଙ୍କ ଦ୍ବାରସ୍ଥ ହେଲେ ଦଳିତ ମହିଳା ବୁଟି ମଳିକ। ଅଧିକ ପଢନ୍ତୁ...

ମଙ୍ଗରାଜପୁର ପୂର୍ବ ଶତ୍ରୁତା ଘଟଣା
ମଙ୍ଗରାଜପୁର ପୂର୍ବ ଶତ୍ରୁତା ଘଟଣା

By

Published : Nov 1, 2021, 9:57 PM IST

ଯାଜପୁର:ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ମଙ୍ଗରାଜପୁର ଗାଁରେ ପୂର୍ବ ଶତ୍ରୁତାକୁ ନେଇ ଦଳିଙ୍କୁ ସବର୍ଣ୍ଣଙ୍କ ଆକ୍ରମଣ ଘଟଣା । ପାଣିକୋଇଲି ସ୍ଥିତ ଏସପିଙ୍କ ଦ୍ବାରସ୍ଥ ହେଲେ ଦଳିତ ମହିଳା ବୁଟି ମଳିକ।

ମଙ୍ଗରାଜପୁର ପୂର୍ବ ଶତ୍ରୁତା ଘଟଣା; ଏସପିଙ୍କ ଦ୍ବାରସ୍ଥ ହେଲେ ଅଭିଯୋଗକାରୀ

ଘଟଣା ଅନୁସାରେ ଗତ ମାସ ସୁକିନ୍ଦା ଥାନା ମଙ୍ଗରାଜପୁର ଗାଁରେ ବୁଟି ମଳିକଙ୍କ ପୁଅ ସୁବଳ ମଳିକ ଏକ ଟ୍ରାକ୍ଟର ନେଇ ଯାଉଥିଲେ। ସେହି ଗାଁର ଚିକୁନ ପ୍ରଧାନ ନାମକ ବ୍ୟକ୍ତି କୌଣସି କାରଣ ନଥାଇ ସୁବଳକୁ ରାସ୍ତାରେ ଅଟକାଇ କାହିଁକି ଗାଡି ଜୋରରେ ଚଲାଉଛୁ କହି ମାଡ ମାରିଥିଲେ ।

ଏହାକୁ ଦେଖି ସୁବଳଙ୍କ ମା’ ବୁଟି ବିରୋଧ କରିବାରୁ ତାକୁ ମଧ୍ୟ ଚିକୁନ ମାଡ ମାରିଥିବା ଅଭିଯୋଗ କରି ସୁକିନ୍ଦା ଥାନାରେ ୧୧/୧୦/୨୦୨୧ ରେ ଅଭିଯୋଗ କରିଥିଲେ। ମାତ୍ର ଆଜିକୁ ୨୧ ଦିନ ବିତି ଯାଇଥିଲେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ୨୦୧/୨୧ରେ କେସ ରୁଜୁ କରି ବସି ଯାଇଥିବା ଅଭିଯୋଗକାରୀ ମହିଳା ବୁଟି ମଳିକ କହିଛନ୍ତି।

ତେବେ ନ୍ୟାୟ ଦାବିରେ ବୁଟି ଆଜି ପାଣିକୋଇଲି ସ୍ଥିତ ଏସପି ରାହୁଲ ପିଆରଙ୍କ ଦ୍ବାରସ୍ଥ ହେଇଛନ୍ତି। ଏହାବାଦ ଦଳିତ ପରିବାରକୁ ନ୍ୟାୟ ଦେବାକୁ ଦାବି କରିଛନ୍ତି ମାନବାଧିକାର କର୍ମୀ । ତେବେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପିଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details