ଯାଜପୁର:ଜିଲ୍ଲାର ଜଣେ ମହିଳା ଅଙ୍ଗନବାଡି କର୍ମୀଙ୍କୁ ଫୋନ ଯୋଗେ ସେହି ଗାଁର ଜଣେ ଯୁବକ ଅଶାଳୀନ ବ୍ୟବହାର କରିଛନ୍ତି । ମହିଳା ଜଣକ ଯୁବକଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବା ପରେ ସେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଇଛନ୍ତି । ଏନେଇ ମହିଳା ଜଣକ ଥାନାରେ ଏତଲା ଦେଇଥିବା ଜଣାପଡିଛି ।
ମହିଳାଙ୍କ ଅଭିଯୋଗ କ୍ରମେ ସ୍ବାମୀଙ୍କର ମୃତ୍ୟୁ ପରେ ଅଙ୍ଗନବାଡି କର୍ମୀ ଭାବେ କାର୍ଯ୍ୟ କରି ସେ ନିଜର ପରିବାର ପ୍ରତିପୋଷଣ କରନ୍ତି। ତେବେ ସେ ଅଙ୍ଗନବାଡ଼ି କର୍ମୀ ହୋଇଥିବାରୁ ଗାଁର ଅନେକ ଲୋକଙ୍କ ନିକଟରେ ତାଙ୍କର ଫୋନ ନମ୍ବର ଅଛି। ଏହାର ସୁଯୋଗ ନେଇ ସେହି ଗାଁର ଜୈନିକ ଯୁବକ ତାଙ୍କ ସହିତ ଫୋନ ଯୋଗେ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରୁଥିଲେ। ତେବେ ଫୋନ ଯୋଗେ ଅଙ୍ଗନବାଡିର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ସେ ଆଲୋଚନା ମଧ୍ୟ କରନ୍ତି। ତେବେ କିଛିଦିନ କଥା ହେବା ପରେ ମହିଳାଙ୍କ ସହିତ ଶାରିରୀକ ସମ୍ପର୍କ ରଖିବାକୁ ଫୋନ ଯୋଗେ ଅଭିଯୁକ୍ତ ଯୁବକ ନିବେଦନ କରିଥିଲେ।