ଓଡିଶା

odisha

ETV Bharat / state

ପୁଅକୁ ଶ୍ରଦ୍ଧାଞ୍ଜଳି ଦେବାକୁ ଇଏ ବି ଏକ ପ୍ରୟାସ: ପେନସନ ଟଙ୍କାରେ ଗାଁରେ ନିର୍ମାଣ କଲେ ଶ୍ମଶାନ - ପେନସନ ଟଙ୍କାରେ ଗାଁରେ ନିର୍ମାଣ କଲେ ଶ୍ମଶାନ

ପୁଅକୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବାପାଙ୍କ ନିଆରା ପ୍ରୟାସ । ପେନସନ ଟଙ୍କାରେ ଗାଁରେ ନିର୍ମାଣ କଲେ ଶ୍ମଶାନ । ଅଧିକ ପଢ଼ନ୍ତୁ

man makes Cemetery in jajpur
ପୁଅ ସ୍ମୃତିରେ ବାପା ତିଆରିଲେ ଶ୍ମଶାନ

By

Published : May 31, 2023, 9:34 PM IST

ପେନସନ ଟଙ୍କାରେ ଗାଁରେ ନିର୍ମାଣ କଲେ ଶ୍ମଶାନ

ଯାଜପୁର: ପୁଅକୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବାପାଙ୍କ ନିଆରା ପ୍ରୟାସ । ନିଜ ପେନସନ ଟଙ୍କା ଖର୍ଚ୍ଚ କରି ଗାଁରେ ଶ୍ମଶାନ ଗଢିଲେ ବାପା । ଯାଜପୁର ଜିଲ୍ଲା କୋରେଇ ବ୍ଲକ ସାଦକପୁର ଗାଁର ରବି ନାରାୟଣ ଓଝା ନିଜ ବଡ଼ ପୁଅର ମୃତ୍ୟୁ ପରେ ଏହି ଶ୍ମଶାନ ତିଆରି କରିଛନ୍ତି । ନିଜସ୍ୱ ଉଦ୍ୟମ ଓ ପଞ୍ଚାୟତର ସହାୟତାରେ ଗାଁରେ ଏକ ସୁନ୍ଦର ଶ୍ମଶାନ ନିର୍ମାଣ କରି ଚର୍ଚ୍ଚାରେ ରବି ନାରାୟଣ ।

ରବି ନାରାୟଣ ଓଝା ଜଣେ ଅବସରପ୍ରାପ୍ତ ସେନା ଯବାନ । ବଡପୁଅ ଅନୀଲ କୁମାର ଓଝା ମଧ୍ୟ ଭାରତୀୟ ସୈନ୍ୟବାହିନୀରେ ଯୋଗଦାନ କରିଥିଲେ । ବେଶ ହସଖୁସିରେ ଚାଲୁଥିଲା ଏହି ପରିବାର । କିଛିଦିନ ପରେ କାର୍ଯ୍ୟରୁ ଛୁଟିନେଇ ବଡ଼ପୁଅ ଅନୀଲ ଘରକୁ ଆସିଥିଲେ । ହଠାତ ଘରେ ଗାଧୋଇବା ବେଳେ ତଳେ ପଡି ଗୁରୁତର ଆହତ ହେଇଥିଲେ ରବି ନାରାୟଣଙ୍କ ପୁଅ ଅନିଲ । ଏହାପରେ ଚିକିତ୍ସାଧୀନ ଅବସ୍ଥାରେ କୋଲକାତା ସ୍ଥିତ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା । ଅନିଲଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର ପାଇଁ ରବି ନାରାୟଣ ଗାଁ ଶ୍ମଶାନକୁ ଯାଇଥିଲେ । ମାତ୍ର ଶ୍ମଶାନରେ ଥିବା ଅବ୍ୟବସ୍ଥା ଦେଖି ସେ ଚକିତ ହେଇଯାଇଥିଲେ l ଶ୍ମଶାନଟି ଆଣ୍ଠୁଏ ଆଣ୍ଠୁଏ ପାଣି ଓ କାଦୁଅରେ ବୁଡି ରହିଛି । ନା ଚାଲିବାକୁ ରାସ୍ତା ଥିଲା ନା ମୃତଦେହ ରଖିବାକୁ ସ୍ଥାନ ଥିଲା ।

ସେହିଦିନଠାରୁ ଗାଁରେ ସୁନ୍ଦର ଶ୍ମଶାନ ନିର୍ମାଣ କରିବା ପାଇଁ ଶପଥ ନେଇଥିଲେ l ଗାଁ ଶ୍ମଶାନ ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ଲାଗିପଡ଼ିଲେ । ଜରାଜୀର୍ଣ୍ଣ ଅବସ୍ଥାରେ ପଡିଥିବା ଏହି ସ୍ଥାନରେ ନିଜ ପେନ୍‌ସନ୍‌ ଟଙ୍କାରେ ପ୍ରଥମେ ସ୍ଥାନଟିକୁ ସଫା ସୁତୁରା କରିବା ସହ ମାଟି ପକାଇ ମୃତଦେହ ଦାହ କରିବା ପାଇଁ ଶ୍ମଶାନ ଘର ଓ ପୋଖରୀ ନିର୍ମାଣ କରିଥିଲେ । ପରେ ତାଙ୍କ କାର୍ଯ୍ୟରେ ସ୍ଥାନୀୟ ସରପଞ୍ଚ ସହଯୋଗ କରିଥିଲେ । ତାଙ୍କ ପାଣ୍ଠିରୁ ଶ୍ମଶାନକୁ ଯାତାୟାତ କରିବା ନିମନ୍ତେ ରାସ୍ତା ଓ ଘରକୁ ଲାଗି ଟିଣ ସେଡ୍‌ ପକାଇ ପିଣ୍ଡି ନିର୍ମାଣ କରିଛନ୍ତି । ରବିନାରାୟଣଙ୍କ ଏଭଳି କାର୍ଯ୍ୟକୁ ବେଶ ପ୍ରଶଂସା କରିଛନ୍ତି ସମଗ୍ର ଅଞ୍ଚଳବାସୀ l

ସ୍ଥାନୀୟ ବାସିନ୍ଦା କହିଛନ୍ତି, "ପ୍ରତ୍ୟେକ ଦିନ ସକାଳେ ଓ ସନ୍ଧ୍ୟାରେ ରବି ନାରାୟଣ ଏହି ଶ୍ମଶାନରେ ପହଞ୍ଚନ୍ତି । ଝାଡୁ କରିବା ପରେ ଏହି ସ୍ଥାନକୁ ସଫା କରନ୍ତି । ଏହାପରେ ପିଣ୍ଡାରେ ଅନେକ ସମୟ ବସି ପୁଅକୁ ଝୁରିଝୁରି କାନ୍ଦନ୍ତି ।" ସେହିପରି ରବି ନାରାୟଣ କହିଛନ୍ତି, "ଲକ୍ଷ୍ୟ ଥିଲା ଅନ୍ତିମ ସଂସ୍କାର କରିବାକୁ ଆସୁଥିବା ବ୍ୟକ୍ତି ମୋ ଭଳି କେହି ଯେମିତି ହଇରାଣ ନ ହେବେ ସେଥିପାଇଁ ପୁଅର ସ୍ମୃତିକୁ ମନେ ପକେଇବା ସହିତ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଶ୍ମଶାନ ତିଆରି କରିଛି । ପରବର୍ତ୍ତୀ ସମୟରେ ଏହାର ସୌନ୍ଦର୍ଯ୍ୟକରଣ କରିବାକୁ ଲକ୍ଷ୍ୟ ରଖିଛି ।" ପୁଅକୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଗାଁରେ ସ୍ବର୍ଗଦ୍ୱାର ନିର୍ମାଣ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ରବିନାରାୟଣ । ତାଙ୍କର ଏଭଳି କାର୍ଯ୍ୟକୁ ବେଶ ପ୍ରଶଂସା କରିଛନ୍ତି ଅଞ୍ଚଳବାସୀ l

ଇଟିଭି ଭାରତ, ଯାଜପୁର

For All Latest Updates

TAGGED:

jajpur news

ABOUT THE AUTHOR

...view details