ଓଡିଶା

odisha

ETV Bharat / state

ବାଣ ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ ଜଣେ ଆହତ

ଯାଜପୁର ବାସୁଦେବପୁର ଗାଁରେ ଅଘଟଣ । ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ । ଅଧିକ ପଢନ୍ତୁ

By

Published : Apr 10, 2023, 7:40 AM IST

man killed after firecracker explosion in jajpur
man killed after firecracker explosion in jajpur

man killed after firecracker explosion in jajpur
ଯାଜପୁର: ପୁଣି ବାଣ ନେଲା ଜୀବନ । ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିବା ସୂଚନା । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ଅଳକୁଣ୍ଡ ଥାନା ବାସୁଦେବପୁର ଗାଁରେ । ମୃତକ ଜଣଙ୍କ କାଳନ୍ଦି ମଳିକ ହୋଇଥିବା ବେଳେ ଆହତ ଜଣଙ୍କ ହେଉଛନ୍ତି ବେଙ୍ଗୁଲି ମଲିକ । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି(ରବିବାର) ସନ୍ଧ୍ୟା ସମୟରେ ମୃତ କାଳନ୍ଦୀ ମଳିକଙ୍କ ଘର ନିକଟରେ ଏକ ପ୍ରଚଣ୍ଡ ଶବ୍ଦ ହେଇଥିଲା l ଏହା ଶୁଣିବା ପରେ ସ୍ଥାନୀୟ ଲୋକେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଘର ଭିତରେ କାଳନ୍ଦୀ ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ। ଏହାପରେ ବେଙ୍ଗୁଲିଙ୍କୁ ଗୁରୁତର ଅବସ୍ଥାରେ ଦେଖି 108 ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ ସ୍ଥାନୀୟ ଲୋକେ l ଏନେଇ ଖବର ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କାଳନ୍ଦିଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇ ତଦନ୍ତ ଆରମ୍ଭ କରିଛି ।

ସେପଟେ ବାଣ ବିସ୍ଫୋରଣ ଘଟଣାକୁ ମୃତ କାଳନ୍ଦୀଙ୍କ ପରିବାର ଲୋକେ ଖଣ୍ଡନ କରୁଥିବା ବେଳେ ଦୁର୍ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଥିଲା l ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି l ସେପଟେ ଯୁବତୀଙ୍କ ଶରୀର 60 ପ୍ରତିଶତ ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ପଠେଇଥିବା ସୂଚନା ମିଳିଛି l

ତେବେ କେଉଁ ପରିସ୍ଥିତିରେ ବାଣ ବିସ୍ଫୋରଣ ହେଲା ତାର ତଦନ୍ତ ଆବଶ୍ୟକତା ଥିବା ଗ୍ରାମବାସୀ କହିଛନ୍ତି l ସେପଟେ ଏହି ବିସ୍ଫୋରଣ ଫଳରେ ଏବେ ଗାଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି l ତେବେ ଗାଁରେ ଏହା ପ୍ରଥମ ଘଟଣା ହେଇଥିବା ଗ୍ରାମବାସୀ କହିଛନ୍ତି l ଏଭଳି ଘଟଣାକୁ ନେଇ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ତେବେ ମୃତ କାଳନ୍ଦି ବାଣ ବ୍ୟବସାୟ କରୁଥିଲେ କି ନାହିଁ, ଯଦି କରୁଥିଲେ କେତେ ବର୍ଷ ହେଲା ବାଣ ତିଆରି କରୁଥିଲେ ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ ।

ନିକଟରେ ରାଜଧାନୀରେ ବାଣ ବିସ୍ଫୋରଣ ଖବର ସାମ୍ନାକୁ ଆସିଥିଲା । ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ସହୀଦନଗର ଥାନା ଭିଏସଏସ ନଗରର ଗୋଜବାୟାଣୀ ବସ୍ତିରେ ଏଭଳି ଘଟଣା ଘଟିଥିଲା ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details