ଯାଜପୁର: ଜିଲ୍ଲାର ବଡ଼ଚଣା ଥାନା ଅଞ୍ଚଳରେ ଜଣେ ବ୍ୟକ୍ତି ସିମେଣ୍ଟ ଦୋକାନରୁ ଅପହରଣ ହୋଇଥିଲେ । ଏହି ଘଟଣାରେ 3 ଦୁର୍ବୃତ୍ତଙ୍କୁ ବଡ଼ଚଣା ପୋଲିସ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି ।
ବଡ଼ଚଣା ଥାନା ଅଧୀନ ବଡ଼ଘୁମୁରି ଅଞ୍ଚଳର ଚାରିମାସ ପୂର୍ବରୁ ଜଣେ ବ୍ୟକ୍ତି ଏକ ସିମେଣ୍ଟ ଦୋକାନରେ ବସିଥିବା ସମୟରେ ଅପହରଣ ହୋଇଥିଲେ । ଦୁର୍ବୃତ୍ତମାନେ ତାଙ୍କୁ ବନ୍ଧୁକ ଦେଖାଇ ଅପହରଣ କରି 5 ଲକ୍ଷ ଟଙ୍କା ମାଗିଥିଲେ । ତେବେ ଏହି ଘଟଣାରେ ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଛାନଭିନ ଆରମ୍ଭ କରିଥିଲା ।