ଓଡିଶା

odisha

ETV Bharat / state

ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଦୁଷ୍କର୍ମକାରୀକୁ ୧୦ ବର୍ଷ କାରାଦଣ୍ଡ - specially-abled minor girl rape case in jajpur

ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଯାଜପୁର ସ୍ୱତନ୍ତ୍ର ପୋସ୍କୋ କୋର୍ଟ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କାର ଜୋରିମାନା କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଦୁଷ୍କର୍ମକାରୀକୁ ୧୦ ବର୍ଷ କାରାଦଣ୍ଡ
ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଦୁଷ୍କର୍ମକାରୀକୁ ୧୦ ବର୍ଷ କାରାଦଣ୍ଡ

By

Published : Oct 16, 2020, 11:03 PM IST

ଯାଜପୁର: ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଯାଜପୁର ସ୍ୱତନ୍ତ୍ର ପୋସ୍କୋ କୋର୍ଟ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କାର ଜରିମାନା କରାଯାଇଛି । ଗତ ୨୦୧୭ ମସିହା ମାର୍ଚ୍ଚ ୩୧ ତାରିଖରେ ମଙ୍ଗଳପୁର ଥାନା ଅଧିନ ଜୈନିକ ନାବାଳିକା ବିଦ୍ୟାଳୟରୁ ଘରକୁ ଫେରୁଥିବା ସମୟରେ ଅଶୋକ ଜେନା ନାମକ ଯୁବକ ଦିବ୍ୟାଙ୍ଗ ନାବାଳିକାଙ୍କୁ ଖାଦ୍ୟ ଦେବା ବାହାନାରେ ଡାକି ନେଇ ସ୍କୁଲ ପଛପଟେ ଥିବା ପରିତ୍ୟକ୍ତ ସ୍ଥାନରେ ଦୁୁଷ୍କର୍ମ କରିଥିଲା ।

ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଦୁଷ୍କର୍ମକାରୀକୁ ୧୦ ବର୍ଷ କାରାଦଣ୍ଡ

ନାବାଳିକାଙ୍କର ଚିତ୍ସାର ଶୁଣି ସ୍ଥାନୀୟଲୋକେ ପୀଡିତାଙ୍କୁ ଉଦ୍ଧାର କରିବା ସହ ପୀଡିତାଙ୍କ ମାଆ ପାଖରେ ଜିମା ଦେଇଥିଲେ । ପରେ ଏନେଇ ଥାନାରେ ଅଭିଯୋଗ ହୋଇଥିଲା । ଆଜି (ଶୁକ୍ରବାର) ୧୦ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଯାଜପୁର ସ୍ୱତନ୍ତ୍ର ପୋସ୍କୋ ବିଚାରପତି ଆସାମୀ ଅଶୋକ ଜେନାଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନାର ରାୟ ପ୍ରକାଶ କରିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details