ଯାଜପୁର: ଟ୍ରକ ଧକ୍କାରେ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ । ଯାଜପୁର ଧର୍ମଶାଳା ଥାନା 16ନଂ ଜାତୀୟ ରାଜପଥର ବାରବାଟୀ ପରିବା ହାଟ ନିକଟରେ ଏକ ଟ୍ରକ ଧକ୍କାରେ ଜଣେ ବ୍ୟକ୍ତିଙ୍କ ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣଙ୍କ ଚିତ୍ରକୂଳ ଗ୍ରାମର ଜଳଧର ନାୟକ ବୋଲି ଜଣାପଡିଛି ।
ଟ୍ରକ ଧକ୍କାରେ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ - ଯାଜପୁର ପରିବା ହାଟରେ ବ୍ୟକ୍ତି ମୃତ
ଯାଜପୁର ଧର୍ମଶାଳା ଥାନା 16ନଂ ଜାତୀୟ ରାଜପଥର ବାରବାଟୀ ପରିବା ହାଟ ନିକଟରେ ଏକ ଟ୍ରକ ଧକ୍କାରେ ଜଣେ ବ୍ୟକ୍ତିଙ୍କ ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଛି ।

ଟ୍ରକ ଧକ୍କାରେ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ
ଟ୍ରକ ଧକ୍କାରେ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ
ମିଳିଥିବା ସୂଚନା ଅନୁଯାୟୀ, ଜଳଧର ପରିବା ହାଟରେ ମୋଟୋ କାମ କରନ୍ତି । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକେ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଖବର ପାଇ ଧର୍ମଶାଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଆନ୍ଦୋଳନକୁ ହଟାଇବା ପାଇଁ ଲୋକଙ୍କୁ ବୁଝାସୁଝା କରୁଛନ୍ତି।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ