ଓଡିଶା

odisha

ETV Bharat / state

ରମାକାନ୍ତଙ୍କ ଅଭିଶପ୍ତ ଜୀବନ: ଶିକୁଳିରେ ଗଲା ଯୌବନ - ମାନସିକ ବିକାରଗ୍ରସ୍ତ ରମାକାନ୍ତ

ଦିନ ରାତି ସବୁ ସମାନ ପାଲଟିଯାଇଛି । ପରିବାର କ’ଣ ପରିବେଶ କ’ଣ ସବୁ କିଛି ଶିକୁଳିରେ ବାନ୍ଧି ହୋଇପଡିଛି । ଏପରି ଏକ ଅଭିଶପ୍ତ ଜୀବନ ବିତାଉଛନ୍ତି ଯାଜପୁରର ମାନସିକ ବିକାରଗ୍ରସ୍ତ ରମାକାନ୍ତ ବେହେରା ।

ଡିଜାଇନ ଫଟୋ

By

Published : Sep 25, 2019, 4:19 PM IST

ଯାଜପୁର: କି ଦିନ କି ରାତି । ସବୁ ଏକାକାର । ସୁରୁଜ ଉଉଁଛି, ଅନ୍ଧକାର ବି ହେଉଛି । ହେଲେ ମୁହଁକୁ ଛୁଇଁ ପାରୁନି ସୂର୍ଯ୍ୟର କିରଣ । ନା ଦେଖିପାରୁଛନ୍ତି ଚନ୍ଦ୍ରମାର ରୂପ । ଏମିତି କଟିଗଲାଣି ଦୀର୍ଘ 30ବର୍ଷ । ପାଦରେ ବେଡି, ହାତରେ ଶିକୁଳି ବନ୍ଧା ହୋଇ ଏଭଳି ଅଭିଶପ୍ତ ଜୀବନ ବିତାଉଛନ୍ତି ଯାଜପୁର ଦଶରଥପୁର ବ୍ଲକ ଉଦୟପୁର ଗାଁର ରମାକାନ୍ତ ବେହାରା । କିଶୋର ବୟସରେ ମାନସିକ ବିକୃତ ଲକ୍ଷଣ ଦେଖାଯିବା ପରେ ଏଭଳି ଚରମ ନିଷ୍ପତ୍ତି ନେବାରୁ ବାଧ୍ୟ ହୋଇଥିଲେ ବାପା ମା’।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ସେପଟେ ପୁଅର ଚିକିତ୍ସା ପାଇଁ ସବୁ ସାରି ବି ନିରାଶ ପରିବାର । ଆଉ ଅଧିକ ଚିକିତ୍ସା ପାଇଁ ନା ସମ୍ବଳ ଅଛି ନା ବାପାମାଆଙ୍କ ବଳ ବୟସ । ଏପରି ସ୍ଥିତିରେ ଆଜି ଯାଏଁ ପ୍ରଶାସନ କିମ୍ବା ସରକାରୀ ସ୍ତରରେ କୌଣସି ସୁବିଧା ମିଳିପାରିନାହିଁ । ଏପରିକି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଭିନ୍ନକ୍ଷମ ପ୍ରମାଣ ପତ୍ରଟି ଯୋଗାଇନି । ଯାହାକୁ ଖୋଦ ଜିଲ୍ଲାପାଳ ମଧ୍ୟ ସ୍ବୀକାର କରିଛନ୍ତି ।

ସେପଟେ, ଆଜି ଯାଏଁ ପ୍ରଶାସନ କିମ୍ବା ସରକାରୀ ସ୍ତରରେ କୌଣସି ସୁବିଧା ମିଳିପାରିନାହିଁ । ଏପରିକି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଭିନ୍ନକ୍ଷମ ପ୍ରମାଣପତ୍ରଟି ଯୋଗାଇ ପାରିନାହିଁ । ଯାହାକୁ ଖୋଦ ଜିଲ୍ଲାପାଳ ମଧ୍ୟ ସ୍ବୀକାର କରିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details