ଯାଜପୁର: ଜିଲ୍ଲାପାଳ ଅଫିସ ସମ୍ମୁଖରେ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ । ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଥିବା ବେଳେ ତାଙ୍କୁ ତୁରନ୍ତ ମନ୍ତ୍ରୀପଦରୁ ବହିଷ୍କାର କରିବା ଦାବି କରାଯାଇଛି ।
ଜିଲ୍ଲା ବିଜେପି ପକ୍ଷରୁ କିଆନାଳି ଛକ ଠାରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ପହଞ୍ଚିଥିଲା । ଜିଲ୍ଲା ସଭାପତି ଗୌତମ ରାୟଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ବିକ୍ଷୋଭ ସମାବେଶରେ ରାଜ୍ୟ ବିଜେପିର ବରିଷ୍ଠ ନେତା ପୃଥ୍ବୀରାଜ ହରିଚନ୍ଦନ, ସାରଦା ଶତପଥୀଙ୍କ ସମେତ ବିଭିନ୍ନ ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ମାନେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ତୀବ୍ର ନିନ୍ଦା କରିଥିଲେ । ହତ୍ୟାକାଣ୍ଡରେ ମନ୍ତ୍ରୀଙ୍କ ହାତ ରହିଛି । ତାଙ୍କୁ ଘଣ୍ଟ ଘୋଡାଇବା ପାଇଁ ପୂରା ସରକାର ଲାଗିପଡିଥିବା ଅଭିଯୋଗ କରିଛି ବିଜେପି । ମନ୍ତ୍ରୀଙ୍କୁ ବହିଷ୍କାର ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବିଜେପି ଚେତାବନୀ ଦେଇଛି ।