ଯାଜପୁର: ଅପପୃଷ୍ଟିରେ ଶିକାର ହୋଇଥିବା 3 ମାସର ଶିଶୁ ଓ ମାନସିକ ବିକାରଗ୍ରସ୍ତ ମା’କୁ ଉଦ୍ଧାର କଲା ଯାଜପୁର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ । କଳିଙ୍ଗନଗର ଶିଳ୍ପାଞ୍ଚଳ ଉପକଣ୍ଠରେ ଥିବା ଦାନଗଦୀ ବ୍ଲକ ମନୋହରପୁର ଗାଁର ଏହି ମା’ ଓ 3 ମାସର ଶିଶୁ ସମେତ ଅନ୍ୟ ଦୁଇ ଶିଶୁଙ୍କୁ ଉଦ୍ଧାର କରାଯାଇ ଯାଜପୁର ରୋଡ ଏନଆରସିରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ଏମାନେ ଗାଁର ବେଣୁଧର ଦଳେଇଙ୍କ ପତ୍ନୀ ଓ 3 ଶିଶୁ ହୋଇଥିବାବେଳେ ବେଣୁଧର ଜଣେ ଗାଡି ଚାଳକ । ତେବେ ତାଙ୍କୁ କାମଧନ୍ଦା ମିଳୁନାହିଁ । ଫଳରେ ସେ ପରିବାରକୁ ଠିକ୍ ଭାବେ ପ୍ରତିପୋଷଣ କରିପାରୁନଥିବାରୁ ପରିବାରର ସ୍ଥିତି ଏପରି ହୋଇଥିବା କୁହାଯାଉଛି ।