ଓଡିଶା

odisha

By

Published : Mar 18, 2021, 10:32 PM IST

ETV Bharat / state

ଭୟାବହ ଅଗ୍ନିକାଣ୍ଡ, ବ୍ୟାପକ ଧନ ସମ୍ପତ୍ତି ନଷ୍ଟ

ଯାଜପୁର ବିଞ୍ଝାରପୁର ବ୍ଲକ ଧଳ ସାହିରେ ଭୟାବହ ଅଗ୍ନିକାଣ୍ଡ । ନିଆଁରେ 5ଟି ପରିବାରର ଘର ଜଳି ପାଉଁଶ । ଅଧିକ ପଢନ୍ତୁ...

ଭୟାବହ ଅଗ୍ନିକାଣ୍ଡ, ବ୍ୟାପକ ଧନ ସମ୍ପତ୍ତି ନଷ୍ଟ
ଭୟାବହ ଅଗ୍ନିକାଣ୍ଡ, ବ୍ୟାପକ ଧନ ସମ୍ପତ୍ତି ନଷ୍ଟ

ଯାଜପୁର: ଜିଲ୍ଲା ବିଞ୍ଝାରପୁର ବ୍ଲକ ଧଳ ସାହିରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ 5ଟି ପରିବାରର ଏକ ବଖରା ଲେଖାଏଁ ଘର ଜଳି ପାଉଁଶ ହୋଇଯାଇଛି । ଏଥିସହ ବ୍ୟାପକ ଧନସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି । ଏହି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ଭୟାବହ ଅଗ୍ନିକାଣ୍ଡ, ବ୍ୟାପକ ଧନ ସମ୍ପତ୍ତି ନଷ୍ଟ

ସୂଚନା ଅନୁସାରେ, ଧଳ ସାହିରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା । ଯେଉଁଥିରେ ଗାଁର ଅଲେଖ ଧଳ ଓ ନାରାୟଣଚନ୍ଦ୍ର ଧଳ, କାମଦେବ ଧଳ, ପ୍ରେମାନନ୍ଦ ଧଳ ଓ ଅଜିତେଶ ଧଳଙ୍କ ବଖରା ଲେଖାଏଁ ଘର ପୋଡି ଜଳି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ଦମକଳ ବାହିନୀ ଓ ଗ୍ରାମବାସୀ ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା ଚଳାଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details