ଓଡିଶା

odisha

ETV Bharat / state

ବକେୟା ପାଉଣା ଓ ବୋନସ ପ୍ରଦାନ ଦାବିରେ ଆନ୍ଦୋଳନ - Maithan ispat company

ଦୀର୍ଘଦିନ ହେବ ମୈଥାନ ଇସ୍ପାତ କାରଖାନା ଶ୍ରମିକଙ୍କୁ ପାଉଣା ଦେବାରେ ବିଫଳ ହୋଇଛି । ଫଳରେ ଶ୍ରମିକମାନେ ବୁଧବାର ଆନ୍ଦୋଳନକୁ ଓହ୍ଲାଇବା ସହ କମ୍ପାନୀରେ ତାଲା ପକାଇବାକୁ ଚେତାବନୀ ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

By

Published : Oct 16, 2019, 9:12 PM IST

ଯାଜପୁର: ବକେୟା ପାଉଣା ଓ ବୋନସ ଦାବିରେ ଯାଜପୁର କଳିଙ୍ଗନଗରରେ ଶ୍ରମିକ ମାନେ ଆନ୍ଦୋଳନ ସହ ବିକ୍ଷୋଭ କରିଛନ୍ତି । ମୈଥାନ ଇସ୍ପାତ କାରଖାନାରେ କାର୍ଯ୍ୟରତ ଶ୍ରମିକମାନଙ୍କର ଦୀର୍ଘ ୯ ମାସର ଦରମା ଓ ୨ ବର୍ଷର ବୋନସ ଦାବି କରି ରାବଣା ଛକ ନିକଟରେ ରାସ୍ତାରୋକ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

କଳିଙ୍ଗନଗର ମଜଦୁର ୟୁନିଅନ ପକ୍ଷରୁ ଏହି ଆନ୍ଦୋଳନର ନେତୃତ୍ବ ନେଇଥିଲେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ । ରାସ୍ତାରୋକ ଦୀର୍ଘ ସମୟ ଚାଲିବା ପରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ଘଟଣା ସ୍ଥଳରେ ପହଞ୍ଚି କାରଖାନା କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ । ଏହା ସହ ଶ୍ରମିକଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ।


ଘଟଣା ଅନୁସାରେ ମୈଥାନ ଇସ୍ପାତ କମ୍ପାନି ଦୀର୍ଘଦିନ ହେବ ଶ୍ରମିକଙ୍କୁ ଦରମା ଦେଇନାହିଁ । ଏହାସହ 2ବର୍ଷ ହେଲା କମ୍ପାନୀ ବୋନସ ଦେବାରେ ବିଫଳ ହୋଇଛି । ଫଳରେ ହଜାର ହଜାର ଶ୍ରମିକ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ବାରମ୍ବାର ଦାବି ସତ୍ବେ କମ୍ପାନୀ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ । ପରେ ଶ୍ରମିକମାନେ ଶ୍ରମ ବିଭାଗର ଦ୍ବାରସ୍ଥ ହୋଇଥିଲେ । କିନ୍ତୁ କୌଣସି ସୁଫଳ ମିଳିନଥିଲା ।

ଶେଷରେ ଶ୍ରମିକ ମାନେ ଆଜି ଧାରଣାରେ ବସିବା ସହ ରାବଣା ଛକ ନିକଟରେ ରାସ୍ତାରୋକ କରିଥିଲେ । ଫଳରେ ବିଜୁ ପଟ୍ଟନାୟକ ମାର୍ଗରେ ଅଟକି ରହିଥିଲା ଶହ ଶହ ଗାଡି । ଖବର ପାଇ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ ମିଶ୍ର ପହଞ୍ ଆନ୍ଦୋଳନରତ ଶ୍ରମିକ ମାନଙ୍କ ସହ ଆଲୋଚନା କରିଥିଲେ । ଏହାସହ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ । ଜିଲ୍ଲାପାଳଙ୍କ ଜରିଆରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲଚୋନା କରି ଶ୍ରମିକଙ୍କ ଦାବି ପୂରଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details