ଓଡିଶା

odisha

ETV Bharat / state

ମହାମାୟୀଙ୍କ ମହାଷ୍ଟମୀ, ବିରଜା ପୀଠରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ - ଚଳଞ୍ଚଚଳ ବିରଜାଙ୍କ ପୀଠ

ମହାମାୟୀଙ୍କ ମହାଷ୍ଟମୀରେ ମା' ବିରଜାଙ୍କ ପାଦ ଦର୍ଶନ କଲେ ଲାଭ ହୋଇଥାଏ କୋଟି ଜନ୍ମର କର୍ମଫଳ । କ୍ଷୟ ହୋଇଥାଏ ପାପ । ସେଥିପାଇଁ ମାଙ୍କ ଦର୍ଶନ ପାଇଁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ । ଚଳଞ୍ଚଚଳ ହୋଇପଡ଼ିଛି ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠ ।

ଡ଼ିଜାଇନ୍ ଫଟୋ

By

Published : Oct 5, 2019, 5:58 PM IST

Updated : Oct 6, 2019, 7:19 AM IST

ଯାଜପୁର: ଶାରଦୀୟ ଦୂଗାପୂଜା ପାଇଁ ଚଳଞ୍ଚଚଳ ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠ । ମାଙ୍କ ପୀଠରେ ଆଜି ଚାଲିଛି ମହାଷ୍ଟମୀ ପୂଜା । ବୈତରଣୀ ନଦୀରୁ ପବିତ୍ର ଜଳ ଆସିବା ପରେ ମାଙ୍କ ମହାସ୍ନାନ କରାଯାଇଛି । ମହାମୟୀ ମା'ଙ୍କ ପାଦ ଦର୍ଶନ ପାଇଁ ଆଜି ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମଧ୍ୟ ମିଳିଛି । ପ୍ରାତଃରୁ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା ବିଧି । ଏପଟେ ବିଳମ୍ବିତ ରାତ୍ରିରେ ଅନୁଷ୍ଠିତ ହେବ ସନ୍ଧି ପୂଜା । ସେପଟେ ମାଙ୍କ ସିଂହଧ୍ବଜ ରଥ ପ୍ରତିଦିନ ବେଢ଼ା ପରିକ୍ରମା କରୁଛି । ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁ ମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ ମଧ୍ୟ କରାଯାଇଛି ।

ଶଙ୍ଖ ଓ ହୁଳୁହୁଳିରେ ପ୍ରକମ୍ପିତ ଅଧିଷ୍ଠାତ୍ରୀ ଦେବୀ ମା ବିରଜା ପୀଠ

ଶଙ୍ଖ ଓ ହୁଳୁହୁଳି ଧ୍ବନୀରେ ପ୍ରକମ୍ପିତ ହେଉଛି ଗଗନ ପବନ । ପୀଠରେ ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଥିବାବେଳେ ମାଙ୍କ ପାଦ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହେବାର ବିଶ୍ବାସ ମଧ୍ୟ ରହିଛି । ଶ୍ରଦ୍ଧାଳୁ ମାନଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଥିଲା । ନବରାତ୍ରି ପୂଜା ପାଇଁ ମାଙ୍କ ମନ୍ଦିରକୁ ସୁନ୍ଦର ଆଲୋକ ମାଳାରେ ସଜ୍ଜିତ କରାଯାଇଛି ।

ପ୍ରତିଦିନ ସଂଧ୍ୟାରେ ମାଙ୍କ ରଥ ରୀତିନିତି ଅନୁଯାୟୀ ମନ୍ଦିର ପରିକ୍ରମା କରୁଅଛି । ଶୁକ୍ରବାର ମାଙ୍କ ରଥଯାତ୍ରା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଜିଲ୍ଲାପାଳ । ମାଙ୍କ ରଥ ଟାଣି କୃପା ଭିକ୍ଷା କରିଛନ୍ତି ଜିଲ୍ଲାପାଳ । ଏହି ଅବସରରେ ରାଜ୍ୟର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ମାନଙ୍କ ଦ୍ବାରା ଭଜନ ସମାରୋହର ଆୟୋଜନ ମଧ୍ୟ କରାଯାଇଛି । ଶନିବାର ବିଳମ୍ବିତ ରାତ୍ରିରେ ଅନୁଷ୍ଠିତ ହେବ ମାଙ୍କ ସନ୍ଧିପୂଜା । ମନ୍ଦିର ପରିସରରେ ଚାଲିଥିବା ଯଜ୍ଞର ଆଜି ପୂର୍ଣ୍ଣାହୁତି ଦିଆଯିବାର କାର୍ଯ୍ୟକ୍ରମ ରହିଛି । ମାଙ୍କ ପୂଜାକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Oct 6, 2019, 7:19 AM IST

ABOUT THE AUTHOR

...view details