ଯାଜପୁର: ଶନିବାର ସମାପ୍ତ ହେଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ନବ ଦିନାତ୍ମକ ରଥଯାତ୍ରା । ଆଜି ବିରଜା ଦେବୀଙ୍କ ମହାନବମୀ । ଅପରାହ୍ନରେ ମା' ବିରଜାଙ୍କ ବିଜେ ପ୍ରତିମା ସିଂହଧ୍ବଜ ରଥରେ ମନ୍ଦିର ବେଢା ଚତୁପାର୍ଶ୍ୱ ପରିକ୍ରମା କରିଥିଲେ ।
ଆଜି ରାତିରେ ମା'ଙ୍କ ବିଜେ ପ୍ରତିମା ରଥରୁ ଓହ୍ଲାଇ ମହିଷାସୁର ନିଧନ ଲାଗି ଲାଖବିନ୍ଧା ପଡିଆ ଅଭିମୁଖେ ଯାତ୍ରା କରିବେ । ସେଠାରୁ ନିଃଶାର୍ଦ୍ଧ ରାତିରେ ଚର୍ତୁଃପାର୍ଶ୍ବକୁ ଲାଖ ବିନ୍ଧିବା ପରେ ମନ୍ଦିର ପ୍ରତ୍ୟାବର୍ତନ କରିବେ । ସ୍ବତନ୍ତ୍ର ପୂଜାର୍ଚ୍ଚନା ପରେ ମା' ସିଂହାସନ ଆରୋହଣ କରିବେ ।