ଓଡିଶା

odisha

ETV Bharat / state

ମା' ଶ୍ୟାମା କାଳୀଙ୍କ ବିସର୍ଜନ ଉତ୍ସବ ଆରମ୍ଭ, ବ୍ୟାପକ ପୋଲିସ ମୁତୟନ - ମା' ଶ୍ୟାମା କାଳୀଙ୍କ ବିସର୍ଜନ ଉତ୍ସବ

ଯାଜପୁରର ବ୍ୟାସନଗର ପୌର ପରିଷଦରେ ମା' ଶ୍ୟାମା କାଳୀଙ୍କ ବିସର୍ଜନ ଉତ୍ସବ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ମା' ଶ୍ୟାମା କାଳୀଙ୍କ ବିସର୍ଜନ ଉତ୍ସବ ଆରମ୍ଭ, ବ୍ୟାପକ ପୋଲିସ ମୁତୟନ
ମା' ଶ୍ୟାମା କାଳୀଙ୍କ ବିସର୍ଜନ ଉତ୍ସବ ଆରମ୍ଭ, ବ୍ୟାପକ ପୋଲିସ ମୁତୟନ

By

Published : Nov 7, 2021, 6:08 PM IST

Updated : Nov 7, 2021, 6:28 PM IST

ଯାଜପୁର: କୋଭିଡ କଟକଣା ଭିତରେ ବ୍ୟାସନଗର ପୌରପରିଷଦରେ ମା' ଶ୍ୟାମା କାଳୀଙ୍କ ବିସର୍ଜନ ଉତ୍ସବ ଆରମ୍ଭ ହୋଇଛି । ଶୃଙ୍ଖଳା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିବା ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ସୂଚନା ଦେଇଛନ୍ତି । ଏହାସହିତ କୋଭିଡ଼ କଟକଣା ମଧ୍ୟରେ ବିସର୍ଜନ ଉତ୍ସବ ସହରରେ ଚାଲିଥିବା ଦେଖିବାକୁ ମିଳିଛି ।

ମା' ଶ୍ୟାମା କାଳୀଙ୍କ ବିସର୍ଜନ ଉତ୍ସବ ଆରମ୍ଭ, ବ୍ୟାପକ ପୋଲିସ ମୁତୟନ

ଗତ ୪ ତାରିଖରୁ ବ୍ୟାସନଗର ପୌରପରିଷଦରେ ମା' ଶ୍ୟାମା କାଳୀଙ୍କ ପୂଜାର୍ଚ୍ଚନା ଚାଲିଥିଲା । ଆଜି ସହରରେ ଚାଲିଛି ବିସର୍ଜନ ଉତ୍ସବ । ମାତ୍ର ପ୍ରତ୍ୟେକ ବର୍ଷ ପରି ଏବର୍ଷ କୌଣସି ମଣ୍ଡପରେ ବାଜା, ବାଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିନାହିଁ । ଵିଶେଷ ବ୍ୟାସନଗର ସହରର କୋପଣ୍ଡ, ନଟପଡା, ଚୋରଦା, ଦଳା, ନହକା, ଝାଟିଆସାହି, ବସଷ୍ଟାଣ୍ଡ ଓ ଧବଳଗିରି ପୂଜା ମଣ୍ଡପରେ ଚାଲିଛି ମା' ଶ୍ୟାମା କାଳୀଙ୍କର ବିସର୍ଜନ ଉତ୍ସବ।

ତେବେ ଏହି ବିସର୍ଜନ ସମୟରେ କୌଣସି ଅଘଟଣକୁ ଦୃଷ୍ଟିରେ ରଖି ଯାଜପୁର ରୋଡ ପୋଲିସ ପକ୍ଷରୁ ବ୍ୟାପକ ପୋଲିସର ମୁତୟନ କରାଯାଇଛି । ତେବେ ପୌରପରିଷଦ ପକ୍ଷରୁ ଚାନ୍ଦମା ଗାଁ ସ୍ଥିତ ପୋଖରୀରେ ମୂର୍ତ୍ତି ବିସର୍ଜନ ପାଇଁ ବ୍ୟବସ୍ଥା କରାଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Nov 7, 2021, 6:28 PM IST

ABOUT THE AUTHOR

...view details