ଯାଜପୁର:ଧୁମଧାମରେ ଶେଷହେଲା ଯାଜପୁର ଗଣପର୍ବ କାଳୀପୂଜା । ଆନନ୍ଦ ଉଲ୍ଲାସର ସହ ସମାପନ ହେଲା ମାଆ ମହାକାଳୀଙ୍କ ପୂଜନ ଉତ୍ସବ । ଯାଜପୁର ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇବା ପରେ କାଳୀଙ୍କୁ ବିସର୍ଜନ କରାଯାଇଛି । ଦୀପାବଳି ଠାରୁ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଆଙ୍କର ପୂଜା ଆରମ୍ଭ ହୋଇଥିଲା ।
ପ୍ରଥମ ଦିନରେ ୧୮ଟି ମାଆ କାଳୀ ଓ ଲକ୍ଷ୍ମୀନାରାୟଣଙ୍କ ମେଢ଼ ଭସାଣି ହୋଇଛି । ବିଭିନ୍ନ ପୂଜା କମିଟି ପକ୍ଷରୁ ମେଢ ଗୁଡିକୁ ସୁନ୍ଦର ଭାବେ ସଜା ଯାଇଛି । ବାଦ୍ୟ, ଘଣ୍ଟ, ସିଂଘ ବାଜା ତାଳେ ତାଳେ ମାଙ୍କୁ ଦେବୀଗଡାକୁ ବିସର୍ଜନ ନିମନ୍ତେ ନିଆଯାଇଛି । ଏହି ଭସାଣୀ ଉତ୍ସବ ଶାନ୍ତିଶୃଙ୍ଖଳାରେ ଶେଷ ହୋଇଛି । ଏନେଇ ଜିଲ୍ଳା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।