ଓଡିଶା

odisha

ETV Bharat / state

ମା' ବିରଜାଙ୍କ ପବିତ୍ର ଜନ୍ମ ଦିବସ: ଦୁର୍ଲଭ ସାବିତ୍ରୀ ବେଶ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ - ସ୍ବର୍ଣ୍ଣକ୍ଷେତ୍ର ଦିବସ

ଆଜି ହେଉଛି ତ୍ରିବେଣୀ ଅମାବାସ୍ୟା । ଏହି ଅବସରରେ ମା' ବିରଜାଙ୍କ ଜନ୍ମ ଦିବସକୁ ସ୍ବର୍ଣ୍ଣକ୍ଷେତ୍ର ଦିବସ ଭାବେ ପାଳନ କରାଯାଉଛି । ଅଧିକ ପଢନ୍ତୁ...

Maa Biraja's birthday celebrated on Triveni Amavasya
ଆଜି ବିରଜା ପୀଠରେ ମା'ଙ୍କ ପବିତ୍ର ଜନ୍ମ ଦିବସ ପାଳିତ

By

Published : Feb 11, 2021, 7:09 PM IST

ଯାଜପୁର:ଆଜି(ଗୁରୁବାର) ହେଉଛି ତ୍ରିବେଣୀ ଅମାବାସ୍ୟା ମା' ବିରଜାଙ୍କ ଜନ୍ମ ଦିବସ । ମାଘ ମାସର ଏହି ଅମାବାସ୍ୟା ତିଥିରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ପବିତ୍ର ସ୍ବର୍ଣ୍ଣକ୍ଷେତ୍ର ଦିବସକୁ ପାଳନ କରାଯାଇଥାଏ ।

ଆଜି ବିରଜା ପୀଠରେ ମା'ଙ୍କ ପବିତ୍ର ଜନ୍ମ ଦିବସ ପାଳିତ

ମା' ବିରଜାଙ୍କ ଜନ୍ମ ଦିନରେ ରୀତିନୀତି ଅନୁସାରେ କାର୍ଯ୍ୟସୂଚୀ ଚୂଡାନ୍ତ ହୋଇଛି । ଏହି ଅବସରରେ ଗୁରୁବାର ବ୍ରହ୍ମ ମୂହୂର୍ତ୍ତରୁ ନିତ୍ୟସ୍ନାନ, ସ୍ନାନ ପରେ ବେଶ ଲାଗି ଓ ନୈବେଦ୍ୟ ସମର୍ପଣ କରାଯାଇଛି । ସକାଳ ମହାସ୍ନାନ, ପରେ ମା'ଙ୍କ ଚନ୍ଦନଲାଗି, ସାବିତ୍ରୀ ବେଶ, ଅଳଙ୍କାର ଲାଗି ବେଶ, ସିଂହାସନରେ ଷୋଡଶ ଉପଚାର ଓ ସ୍ଵର୍ଣ୍ଣକ୍ଷେତ୍ର ପୂଜା କରାଯିବ । ଏହାସହିତ ଯଜ୍ଞବେଦୀରେ ଯଜ୍ଞ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।

ପ୍ରତିବର୍ଷ ମା'ଙ୍କ ଏହି ପବିତ୍ର ଓ ଦୁର୍ଲଭ ସାବିତ୍ରୀ ବେଶ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଗୁରୁବାର ଏହି ମା'ଙ୍କ ଜନ୍ମ ଦିନରେ ଯାଜପୁରର କୋଣ ଅନୁକୋଣରୁ ହଜାର ହଜାର ଶ୍ରଦ୍ଧାଳୁ ଏହି ସାବିତ୍ରୀ ବେଶ ଦର୍ଶନ ପାଇଁ ଆସିଥାନ୍ତି । ତେବେ ଭିଡକୁ ଦୃଷ୍ଟିରେ ରଖି ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details